ମଠ ଭିତରୁ ଲିଙ୍ଗାୟତ ସ୍ବାମୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର
ଲିଙ୍ଗାୟତ ସଂପ୍ରଦାୟର ସନ୍ଥ ବସୱାଲିଙ୍ଗ ସ୍ବାମୀଙ୍କର ମୃତଦେହ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। କର୍ଣ୍ଣାଟକର ରାମନଗର ଜିଲ୍ଲାର କାଞ୍ଚୁଗଲ୍ ବନ୍ଦେ ମଠସ୍ଥିତ ତାଙ୍କ ଘରେ ଫାଶୀ ଲଗାଇ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏଥିସହ ମୃତଦେହ ନିକଟରୁ ଦୁଇଟି ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି। ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି କହିଛି।
ରାମନଗର ଜିଲ୍ଲାର ଶ୍ରୀକୁଞ୍ଚୁଗଲ ବନ୍ଦେମଠରେ ଲିଙ୍ଗାୟତ ସାଧୁ ବସୱାଲିଙ୍ଗ ସ୍ୱାମୀଙ୍କ ମୃତଦେହ ଆଶ୍ରମ ଭିତରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସକାଳୁ ମଠର ମୁଖ୍ୟ ପୂଜାରୀ ଥିବା ବସୱାଲିଙ୍ଗ ସ୍ୱାମୀ ତାଙ୍କ କଠୋରୀର କବାଟ ଖୋଲି ନଥିବାରୁ ଭକ୍ତମାନେ କବାଟ ବାଡେଇ ଥିଲେ। ଏପରିକି ସାଧୁଙ୍କୁ ଫୋନ୍ ମଧ୍ୟ କରିଥିଲେ। ହେଲେ କୌଣସି ଉତ୍ତର ନମିଳିବାରୁ ଭକ୍ତମାନେ କବାଟ ଭାଙ୍ଗି ଦେଇଥିଲେ। ଏହାପରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା।
ତାଙ୍କ ମୃତ୍ୟୁ ପରେ ସେହି ସ୍ଥାନରୁ ସେ ଲେଖିଥିବା ଏକ ସୁଇସାଇଡ୍ ନୋଟ୍ ଉଦ୍ଧାର ହୋଇଛି। ସେହି ନୋଟ୍ରେ ସେ ଲେଖିଛନ୍ତି ଯେ କିଛି ଲୋକ ମିଶି ତାଙ୍କୁ ତାଙ୍କର ଆସନରୁ ହଟାଇବାକୁ ଚାହୁଁଥିଲେ, ଯେଉଁଥିପାଇଁ ସେ ମରଣକୁ ବାଛି ନେଇଛନ୍ତି। କିଛି ଲୋକ ଏହି କାରଣରୁ ତାଙ୍କୁ ନିର୍ଯାତନା ଦେଉଥିବା କଥା ସେ ତାଙ୍କ ସୁଇସାଇଡ୍ ନୋଟ୍ରେ ପ୍ରକାଶ କରିଛନ୍ତି।
ବାସବାଲିଙ୍ଗ ସ୍ବାମୀ ଗତ ୨୫ ବର୍ଷ ହେବ ଲିଙ୍ଗାୟତ ସଂପ୍ରଦାୟର ମୁଖ୍ୟ ରହି ଆସିଛନ୍ତି। ତାଙ୍କ ମୃତ୍ୟୁ ପରେ କୁଦୁର ପୁଲିସ୍ ଷ୍ଟେସନ୍ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
Powered by Froala Editor