ଭୋର୍ରେ ଲାଗିଲା ଭୟଙ୍କର ନିଆଁ : ଜଳିଗଲା ୭୦୦ ଦୋକାନ
ମଙ୍ଗଳବାର ଭୋର ୪ଟାରେ ଅରୁଣାଚଳ ପ୍ରଦେଶର ଇଟାନଗର ନିକଟ ନାହାରଲାଗୁନ ଡେଲି ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୭୦୦ଟି ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି। ମାର୍କେଟରେ କୌଣସି ଲୋକ ନଥିବାରୁ ଘଟଣାରେ କେହି ବି ମୃତାହତ ହୋଇନାହାନ୍ତି। ତେବେ ୭୦୦ ଦୋକାନରେ ଥିବା ସମସ୍ତ ଜନିଷପତ୍ର ନିଆଁରେ ପୋଡ଼ି ହୋଇ ପାଉଁଶ ହୋଇଯାଇଛି।
ଏହା ରାଜ୍ୟର ସବୁଠାରୁ ପୁରାତନ ମାର୍କେଟ। ଏହି ବଜାର ରାଜଧାନୀ ଇଟାନଗର ଠାରୁ ୧୪ କିମି ଦୂର। ପ୍ରତିଦିନ ଏଠାକୁ ହଜାର ହଜାର ଲୋକ ଆସନ୍ତି। ମାର୍କେଟ ପାଖରେ ଦମକଳ ବାହିନୀ କେନ୍ଦ୍ର ଥିବା ବେଳେ ନାହାରଲାଗୁନ ପୁଲିସ୍ ଷ୍ଟେସନ ବି ରହିଛି।
ସୂଚନା ଅନୁଯାୟୀ, ଗତକାଲି ଦୀପାବଳି ରହିଥିଲା। ତେଣୁ କୌଣସି ବାଣ କିମ୍ବା ଉତ୍ସବ ପାଇଁ କୌଣସି ଦୋକାନରେ ଲାଗିଥିବା ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଭୋର ସମୟରେ ମାର୍କେଟରେ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବାହିନୀ ତୁରନ୍ତ ଏହାକୁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାଉଁଶ ଓ ବତାରେ ତିଆରି ହୋଇଥିବା ଦୋକାନ ଗୁଡ଼ିକରେ ନିଆଁ ଧରି ଯାଇଥିଲା। ନିଆଁ ଲାଗିବା କାରଣରୁ କୋଟି କୋଟି ଟଙ୍କାର କ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଏସପି ଜିମ୍ମୀ ଛିରମ କହିଛନ୍ତି ଯେ ନିଆଁ କିପରି ଲାଗିଥିଲା ତାହା ଜଣାପଡ଼ିନାହିଁ।
Powered by Froala Editor