ଅଧିକ ମାତ୍ରାରେ ହଳଦୀର ବ୍ୟବହାର ହୋଇପାରେ କ୍ଷତିକାରକ

ସ୍ୱାସ୍ଥ୍ୟଗତ କାରଣକୁ ନେଇ ହଳଦୀ ବହୁ ଉପକାରୀ । ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାରଠାରୁ ଆରମ୍ଭ କରି ଏହାକୁ କ୍ଷୀରରେ ମିଶାଇ ସେବନ କରାଯାଇଥାଏ । ଏହାଛଡ଼ା ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ମଧ୍ୟ ଏହାକୁ ବିଭିନ୍ନ ପ୍ୟାକରେ ମିଶ୍ରଣ ଭାବେ ବ୍ୟବହାର କରାଯାଇଥାଏ । ହେଲେ ଅଧିକ ମାତ୍ରାରେ ହଳଦୀର ବ୍ୟବହାର କ୍ଷତିକାରକ । ଏହା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । - ଅଧିକ ହଳଦୀ ଖାଇବା ଫଳରେ ଝାଡ଼ାବାନ୍ତି ହୋଇଥାଏ । କାରଣ ଆବଶ୍ୟକଠାରୁ ଅଧିକ ହଳଦୀ ଖାଇଲେ ପେଟରେ ଗ୍ୟାସ୍ ହୋଇଥାଏ । ଯାହା ଝାଡ଼ାବାନ୍ତି କରାଇଥାଏ
- ତରକାରିକୁ ସ୍ୱାଦିଷ୍ଟ କରିବା ସହ ତାହାର ରଙ୍ଗରେ ପରିବର୍ତ୍ତନ ଲାଗି ହଳଦୀର ବ୍ୟବହାର କରାଯାଏ । ମାତ୍ର ଏହା ଶରୀରରେ ଆଇରନର ମାତ୍ରାକୁ କମ୍ କରିଥାଏ ।
- ଉଚ୍ଚ ରକ୍ତଚାପ ଲାଗି କ୍ଷତିକାରକ ହୋଇଥିବା ବେଳେ ନିମ୍ନ ରକ୍ତଚାପ ପାଇଁ ଚିନ୍ତାର ବିଷୟ ହୋଇଥାଏ । ଅଧିକ ହଳଦୀ ଖାଇବା ଦ୍ୱାରା ଶରୀରରେ ରକ୍ତଚାପର ସ୍ତର ନିମ୍ନକୁ ଆସିଯାଇଥାଏ ।
Powered by Froala Editor