ମହିଳା ଏସିଆ କପ୍ କ୍ରିକେଟରେ ଭାରତ ଚାମ୍ପିୟନ
ଭାରତ ମହିଳା ଏସିଆ କପ୍ କ୍ରିକେଟ ଚାମ୍ପିୟନ ହୋଇଛି । ୮ ଓ୍ବିକେଟରେ ଶ୍ରୀଲଙ୍କାକୁ ହରାଇ ଭାରତର ଫାଇନାଲ ବିଜୟ ହୋଇଛି । ଦୀର୍ଘ ୧୪ ବର୍ଷ ପରେ ଶ୍ରୀଲଙ୍କା ପ୍ରଥମଥର ଏସିଆ କପ୍ ଫାଇନାଲରେ ପହଞ୍ଚିଥିବା ବେଳେ ତାକୁ ନିରାଶ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୯ ଓ୍ବିକେଟ ହରାଇ ୬୫ ରନ୍ କରିଥିବା ବେଳେ ଭାରତ ମାତ୍ର ଦୁଇଟି ଓ୍ବିକେଟ ହରାଇ ୭୧ ରନ୍ କରିଛି । ଶ୍ରୀଲଙ୍କାର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିବା ବେଳେ ୮ଜଣ ଖେଳାଳି ଦୁଇ ଅଙ୍କ ରନ୍ ବି ଛୁଇଁ ପାରିନଥିଲେ ।
ଭାରତୀୟ ମହିଳା କ୍ରିକେଟ ଦଳ ୮ମ ଥର ପାଇଁ ମହିଳା ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ୭ମ ଥର ପାଇଁ ଚାମ୍ପିୟନ ହୋଇଛି । ଭାରତ ପକ୍ଷରୁ ରେଣୁକା ସିଂହ ସର୍ବାଧିକ ତିନି ୱିକେଟ ହାସଲ କରିଥିବା ରାଜଶ୍ବେରୀ ଓ ସ୍ନେହ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ।
Powered by Froala Editor