ପ୍ରାର୍ଥନା କରୁଥିବା ବେଳେ ଟଳିପଡ଼ିଲେ ଛାତ୍ରୀ
ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ଥାନା ବନଶ୍ୱର ଲକ୍ଷ୍ମୀନାରାୟନ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ନବମ ଶ୍ରେଣୀର ଜଣେ ଛାତ୍ରୀ ପ୍ରାର୍ଥନା କରୁଥିବା ବେଳେ ହଠାତ୍ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ମୃତ ଛାତ୍ରୀ ଜଣକ ହେଉଛନ୍ତି ରାଧାବଲ୍ଲଭପୁର ପଞ୍ଚାୟତ କାଇସାହି ଗ୍ରାମର ସଂଗ୍ରାମ ବେହୁରିହାଙ୍କ ବଡ଼ ଝିଅ ମନୀଷା ବେହୁରିହା ।
ଆଜି ଶନିବାର ଥିବାରୁ ମନୀଷା ସକାଳ ସମୟରେ ସ୍କୁଲକୁ ଆସିଥିଲେ । ସ୍କୁଲରେ ପ୍ରାର୍ଥନା କରିବାକୁ ଧାଡିରେ ଛିଡା ହୋଇଥିବା ସମୟରେ ବେହୋସ ହୋଇ ତଳେ ପଡିଯାଇଥିଲେ । ଫଳରେ ଶିକ୍ଷକ ମାନେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ବିଳମ୍ବ ହେବାରୁ ବାଇକରେ ତାଙ୍କୁ ପ୍ରଥମେ ଧାମନଗର ଓ ପରେ ଭଦ୍ରକ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ତେବେ ଶିକ୍ଷକଙ୍କ ଅବହେଳା ପାଇଁ ଛାତ୍ରୀଙ୍କ ମୃତ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
Powered by Froala Editor