ଧାମନଗର ଉପନିର୍ବାଚନ : କଂଗ୍ରେସର ପ୍ରଚାରକ ତାଲିକାରେ ୩୦ ଜଣିଆ ଷ୍ଟାର
ଭୁବନେଶ୍ୱର: ଧାମନଗର ଉପନିର୍ବାଚନ କଂଗ୍ରେସର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏହି ଷ୍ଟାର ପ୍ରଚାରକ ତାଲିକାରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ନଥିବାରୁ ଚର୍ଚ୍ଚା ଜୋର ଧରିଛି। ଏହି ତାଲିକାରେ ପ୍ରଭାରୀ ଚେଲା କୁମାର ଓ ସହପ୍ରଭାରୀ ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ୩ ଜଣ ପୂର୍ବତନ ପିସିସି ମୁଖ୍ୟ ସାମିଲ ଅଛନ୍ତି।
ପୂର୍ବତନ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନାଙ୍କ ସହ ପ୍ରସାଦ ହରିଚନ୍ଦନଙ୍କ ନାଁ ମଧ୍ୟ ରହିଛି। ସେହିପରି ବିଧାୟକ ଦଳ ନେତା ନରସିଂହ ମିଶ୍ର, କାର୍ୟ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା ଭକ୍ତ ଦାସ, ସାଂସଦ ସପ୍ତଗିରି ଉଲ୍ଲାକା, ଶରତ ରାଉତ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା ରହିଛନ୍ତି। ତାଲିକାରେ ମୋଟ୍ ୮ ବିଧାୟକଙ୍କୁ ସାମିଲ କରାଯାଇଛି।
Powered by Froala Editor