ପ୍ରଥମ ଥର ଲାଗି କରୱାଚୌଥ୍ ପାଳିଲେ କ୍ୟାଟ୍ରିନା
ମୁମ୍ବାଇ: ବିବାହ ପରେ ପ୍ରଥମ ଥର ଲାଗି କରୱାଚୌଥ ପାଳନ କରିଛନ୍ତି ବଲିଉଡ୍ ସୁନ୍ଦରୀ କ୍ୟାଟ୍ରିନା କୈଫ୍ । ସ୍ୱାମୀ ଭିକି କୌଶଲଙ୍କ ଦୀର୍ଘ ଜୀବନ କାମନା କରି କ୍ୟାଟ୍ରିନା ଉପବାସ ରଖିଥିଲେ । ଭିକି ମଧ୍ୟ ପତ୍ନୀ କ୍ୟାଟ୍ରିନା ପାଇଁ ଉପବାସ କରିଥିଲେ । ଏହି ବିଶେଷ ଦିନରେ ଭିକିଙ୍କ ପିତାମାତା ସାମିଲ ହୋଇଥିବା ଜଣାପଡ଼ିଛି । ଖୁବ୍ ଧୁମ୍ଧାମ୍ରେ ଏହି ଷ୍ଟାର କପଲ୍ କରୱାଚୌଥ ଉତ୍ସବକୁ ପାଳନ କରିଛନ୍ତି । ଏନେଇ କ୍ୟାଟ୍ରିନା କିଛି ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଯାହାକୁ ଅନେକ ପ୍ରଶଂସକ ଓ ଫ୍ୟାନ୍ମାନେ ଲାଇକ୍ କରିବା ସହିତ ଖୁବ୍ ଭଲ କମେଂଟ ଦେଇଛନ୍ତି । କିଛି ବଲିଉଡ୍ ସେଲିବ୍ରିଟି ବି କ୍ୟାଟ୍ରିନାଙ୍କ ଏହି ଫଟୋକୁ ପସନ୍ଦ କରିବା ସହିତ ଉଭୟଙ୍କୁ ଶୁଭଚ୍ଛୋ ଓ ଅଭିନନ୍ଦନ ଜଣାଇଛନ୍ତି ।
କ୍ୟାଟ୍ରିନା ସୋସିଆଲ୍ ମିଡିଆରେ ଅପଲୋଡ୍ କରିଥିବା ଫଟୋରେ ଦେଖିବାକୁ ମିଳିଛି ଯେ ଉଭୟ ବାଲକୋନୀରେ ଏକାଠି ଛିଡ଼ା ହୋଇଛନ୍ତି । କ୍ୟାଟ୍ରିନା ଗୋଲାପୀ ରଙ୍ଗର ଶାଢୀ ପିନ୍ଧିଥିବା ବେଳେ ମଥାରେ ସିନ୍ଦୂର ହାତରେ ଚୁଡି ଏବଂ ବେକରେ ଏକ ମଙ୍ଗଳସୂତ୍ର ପିନ୍ଧିଛନ୍ତି । ପୂରା ଟ୍ରାଡିସନାଲ୍ ଲୁକ୍ରେ ନଜର ଆସିଛନ୍ତି । ଭିକି ବି ସୁନ୍ଦର ଲାଗୁଛନ୍ତି । ସେ ଏକ ଘିଅ କଲର୍ ସେରୱାନି ପିନ୍ଧିଛନ୍ତି । ଉଭୟ ବେଶ୍ ଖୁସି ମିଜାଜ୍ ଥିବା ଜଣାପଡ଼ୁଛନ୍ତି ।
Powered by Froala Editor