୧୧.୯ କୋଟିରୁ ଅଧିକ ଫଲୋଅର୍ସଙ୍କୁ ହରାଇଛନ୍ତି ମାର୍କ ଜୁକରବର୍ଗ

ମେଟାର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ମାର୍କ ଜୁକରବର୍ଗ ୧୧.୯ କୋଟିରୁ ଅଧିକ ଫଲୋଅର୍ସଙ୍କୁ ହରାଇଛନ୍ତି। ଫଳରେ ଅନେକ ଫଲୋଅର୍ସଙ୍କ ସଂଖ୍ୟା ୧୦ ହଜାରରୁ ବି କମି ଯାଇଛି। ଏ ସଂପର୍କରେ ବାଂଲାଦେଶର ନିର୍ବାସିତ ଲେଖିକା ତସଲିମା ନସରିନ୍ ନିଜର ଏକ ଟ୍ଵିଟ୍ରେ ଲେଖିଛନ୍ତ, ‘ଫେସବୁକ୍ ଏକ ସୁନାମି ସୃଷ୍ଟି କରିଥିଲା ଯାହା ମୋର ପ୍ରାୟ ୯୦୦,୦୦୦ ‘ଫଲୋଅର୍ସ’ଙ୍କୁ ପୋଛି ଦେଇଥିଲା ଏବଂ କୂଳରେ କେବଳ ୯୦୦୦ଙ୍କୁ ଛାଡିଦେଇଥିଲା ମୁଁ ଫେସବୁକର ଏ ପ୍ରକାରର କମେଡିକୁ ପସନ୍ଦ କରେ’।
ତେବେ ଏ ସମ୍ପର୍କରେ ମେଟା ମୁଖପାତ୍ରଙ୍କ ସହ ସମ୍ପର୍କ କରାଯିବାରେ ଏପରି କିଛି ବିସଙ୍ଗତି ସୃଷ୍ଟି ହୋଇଥିବାର ସେ ସ୍ୱୀକାର କରିଛନ୍ତି। କିଛି ଲୋକେ ସେମାନଙ୍କ ଫେସବୁକ୍ ପେଜରେ ଏପରି ବିସଙ୍ଗତି ଦେଖୁଥିବାର ଅଭିଯୋଗ କରୁଥିବା ମୁଖପାତ୍ର କହିଛନ୍ତି।
ତେବେ ଉପୁଜିଥିବା ସମସ୍ୟା ଲାଗି ସେ କ୍ଷୋଭ ପ୍ରକାଶ କରିଥିବା ବେଳେ ଯଥା ଶୀଘ୍ର ସମସ୍ୟାର ସମାଧାନ ଲାଗି ଉଦ୍ୟମ କରାଯାଉଥିବାର କହିଛନ୍ତି। ପରିସ୍ଥିତି ଖୁବ୍ ଶୀଘ୍ର ସ୍ୱଭାବିକ ହୋଇଯାଇପାରେ ବୋଲି ସେ ଆଶା ପୋଷଣ କରିଛନ୍ତି।
Powered by Froala Editor