୭୮ ଦିନର ବୋନସ ପାଇବେ ରେଳବାଇ କର୍ମଚାରୀ
ଦୀପାବଳି ପୂର୍ବରୁ ରେଳବାଇ କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରେଳ କର୍ମଚାରୀଙ୍କୁ ୭୮ଦିନର ବେତନ ସହ ସମାନ ଉତ୍ପାଦକତା ଆଧାରିତ ବୋନସ ପ୍ରଦାନ କରିବା ପ୍ରସ୍ତାବକୁ ପିଛିଲା ଭାବେ ମଞ୍ଜୁର କରାଯାଇଛି ।
ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ ରେଳବାଇ କର୍ମଚାରୀଙ୍କ ପାଇଁ Productivity linked bonus ଘୋଷଣା କରାଯାଇଛି। ଏଥିପାଇଁ ମୋଟ ୧୮୩୨ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ୧୧.୨୭ ଲକ୍ଷ କର୍ମଚାରୀ ଲାଭବାନ ହେବ। ଏହା ୭୮ ଦିନର ମଜୁରୀ ଓ ଜଣେ କର୍ମଚାରୀ ୧୭,୯୫୧ ଟଙ୍କାରୁ ଅଧିକ ବୋନସ ପାଇବେ ନାହିଁ।
ଟ୍ରାକ୍ ରକ୍ଷଣାବେକ୍ଷଣ କର୍ମଚାରୀ, ଡ୍ରାଇଭର ଓ ଗାର୍ଡ, ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ନିସିଆନ ହେଲ୍ପର, କଣ୍ଟ୍ରୋଲର, ପଏଣ୍ଟସମେନ, ମନ୍ତ୍ରାଳୟ ସ୍ତରୀୟ କର୍ମଚାରୀ ଏବଂ ଅନ୍ୟ ତୃତୀୟ ଶ୍ରେଣୀ କର୍ମଚାରୀ ଭଳି ବର୍ଗରେ ରେଳ କର୍ମଚାରୀଙ୍କୁ ଉପରୋକ୍ତ ପରିମାଣର ବୋନସ ଦିଆଯାଇଛି । କୋଭିଡ-୧୯ ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ପ୍ରତିକୂଳ ଆର୍ଥିକ ପରିସ୍ଥିତି ସତ୍ତ୍ବେ ରେଳ କର୍ମଚାରୀଙ୍କୁ ପିଏଲବି ପ୍ରଦାନ କରିବା ଲାଗି ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । ତେବେ ବର୍ଷ ୨୦୨୧/୨୦୨୨ ବର୍ଷ ପାଇଁ ଏହି ବୋନସ ଅର୍ଥ RPF/RPSF କର୍ମଚାରୀଙ୍କୁ ମିଳିବ ନାହିଁ।
Powered by Froala Editor