ଶ୍ରୀ ମହାକାଳ ଲୋକ କରିଡର ଲୋକାର୍ପିତ

ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ହୋଇଛି ଭବ୍ୟ ଉତ୍ସବର ଆୟୋଜନ ହୋଇଛି। ପ୍ରାୟ ୫୦ ହେକ୍ଟର ଜମିରେ ନିର୍ମାଣ ହୋଇଛି ଏହି ସୌନ୍ଦର୍ଯମୟ କରିଡର। ପ୍ରକଳ୍ପ ଅନ୍ତର୍ଗତ ମନ୍ଦିର ପରିସରକୁ ସାତ ଗୁଣା ବିସ୍ତାର କରାଯାଇଛି। ନନ୍ଦି ଦ୍ୱାରରୁ ମୁଖ୍ୟ ମନ୍ଦିରର ଗର୍ଭଗୃହର ଦୂରତା ପ୍ରାୟ ୯ଶହ ମିଟର। କରିଡର ମଧ୍ୟରେ ମହାଦେବଙ୍କ ଉତ୍ପତ୍ତି ଓ ରହସ୍ୟକୁ ନେଇ ୨ ଶହରୁ ଅଧିକ ଦେବାଦେବୀଙ୍କ ମୂର୍ତ୍ତି ନିର୍ମାଣ ହୋଇଛି। କରିଡରର ଠିକ୍ ମଝିରେ ପୌରାଣିକ କଥାବସ୍ତୁ ସମୁଦ୍ର ମନ୍ଥନ ଉପରେ ଆଧାରିତ କଳାକୃତି ରହିଛି । ପ୍ରକଳ୍ପରେ ମୋଟ ୮୫୦ କୋଟି ଟଙ୍କା ନିବେଶ କରାଯାଉଛି।
ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିଲେ। ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ଉଜ୍ଜୈନରେ ପହଞ୍ଚି ପ୍ରଥମେ ନନ୍ଦୀଙ୍କ ଦର୍ଶନ କରିଥିଲେ ଏବଂ ପରେ ମହାକାଳଙ୍କ ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଥିବା ମହାକାଳ ମନ୍ଦିରରେ ପ୍ରାର୍ଥନା କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିବା ଦେଖାଯାଇଥିଲା। ପାରମ୍ପରିକ ପୋଷାକ ପିନ୍ଧି ପ୍ରଧାନମନ୍ତ୍ରୀ ଏହି ସବୁ କାମ କରିଥିବା ଦେଖିବାକୁ ମିଳିଥିଲା। ପ୍ରତିଟି କାର୍ଯ୍ୟକ୍ରମ ପାଇଁ ସେ ଭିନ୍ନ ଭିନ୍ନ ପୋଷାକ ପରିଧାନ କରିଥିଲେ।
ସୂଚନା ମୁତାବକ, ଶ୍ରୀ ମହାକାଳ ଲୋକ କରିଡରରେ ୮୫୬କୋଟି ଟଙ୍କା ଖର୍ଚ୍ଚ କରାଯାଇ ଦୁଇଟି ପର୍ଯ୍ୟାୟରେ ଏହାର ନିର୍ମାଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୩୧୬ କୋଟି। ରାଜସ୍ଥାନର ବଂଶୀ ପାହାଡ଼ପୁରରୁ ଅଣାଯାଇଥିବା ସ୍ୱତନ୍ତ୍ର ପଥରରେ ଏହିସବୁ କଳାକୃତି ନିର୍ମାଣ କରିଛନ୍ତି ରାଜସ୍ଥାନ, ଗୁଜରାଟ ଏବଂ ଓଡ଼ିଶାରୁ ଯାଇଥିବା ଭାସ୍କର୍ଯ୍ୟ ଶିଳ୍ପୀ। କରିଡରରେ ରହିଛି ନନ୍ଦି ଦ୍ୱାର ଓ ପିନାକୀ ଦ୍ୱାର। ନନ୍ଦି ଦ୍ୱାର ଦେଇ କରିଡର ମଧ୍ୟରେ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ।୨.୮ ହେକ୍ଟର ଉପରେ ବିସ୍ତାରିତ ମହାକାଳ ମନ୍ଦିରର ପରିସର ୪୭ହେକ୍ଟର ହେବ। ଏଥିରେ ୯୪୬ମିଟରର ଲମ୍ବା କରିଡର ରହିଛି, ଯାହା ଉପରେ ଚାଲି ଚାଲି ଭକ୍ତମାନେ ଗର୍ଭଗୃହରେ ପହଞ୍ଚିବେ। ମହାକାଳ ଲୋକରେ ଭଗବାନ ଶିବଙ୍କ ଲୀଳା ଉପରେ ଆଧାରିତ ୧୯୦ଟି ପ୍ରତିମା ସ୍ଥାପନ କରାଯାଇଛି। ଏହା ବ୍ୟତୀତ ୧୦୮ଟି ସ୍ତମ୍ଭ ସ୍ଥାପିତ ହୋଇଛି।
Powered by Froala Editor