ଟିଏମସି ବିଧାୟକ ଗିରଫ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ୟ୍ୟ ଗିରଫ । ସୋମବାର ରାତିସାରା ପଚରାଉଚରା ପରେ ଆଜି ବିଧାୟକଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗିରଫ କରାଯିବା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି ।
ମାଣିକ ଭଟ୍ଟଚାର୍ୟ୍ୟ ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଥିଲେ ।
ପୂର୍ବରୁ ଏହି ନିଯୁକ୍ତି ଦୁର୍ନୀତି ମାମଲାରେ ମମତା ସରକାରଙ୍କ ବିଭାଗୀୟ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କୁ ଗିରଫ କରି ସାରିଛି ତଦନ୍ତକାରୀ ସଂସ୍ଥା ।
Powered by Froala Editor