ଶିବସେନା ମୁଖପତ୍ର ‘ସାମ୍ନା’ରେ ସନ୍ଦେ ସୈତାନ୍

ଶିବସେନାର ପ୍ରକୃତ ନିର୍ବାଚନୀ ଚିହ୍ନ ମାଲିକାନାକୁ ନେଇ ଉଭୟ ସିନ୍ଧେ ଓ ଉଦ୍ଧବଙ୍କ ଗୋଷ୍ଟୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରାଯିବା ପରେ ଶିବସେନାର ମୂଳ ଚିହ୍ନ ଧନୁ ଓ ତୀର ଉପରେ ନିଷେଧାଦେଶ ଜାରି କରିଛନ୍ତି କୋର୍ଟ। ଏହାକୁ ନେଇ ଶିବସେନା ଗୋଷ୍ଟୀ ପ୍ରବଳ ଖପ୍ପା ହେବା ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ଶାଣିତ ସମାଲୋଚନା କରିଛି। ଏମିତିକି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସୈତାନ କହିବାକୁ ପଛାଇ ନାହିଁ ଶିବସେନା। ସିନ୍ଦେ ହେଉଛନ୍ତି ଗତ ୫୦୦୦ ବର୍ଷ ହେବ ଦେଖା ଯାଇ ନ ଥିବା ଜଣେ ସୈତାନ୍ ବୋଲି ‘ଶିବସେନା’ର ମୁଖପତ୍ର ‘ସାମ୍ନା’ ଉଲ୍ଲେଖ କରିଛି। ମୋଗଲ ଜେନେରାଲ ଆଫଜାଲ ଖାନଙ୍କ ସହ ସିନ୍ଦେଙ୍କୁ ତୁଳନା କରିଛି ‘ସାମ୍ନା’ ।
‘ସାମ୍ନା’ରେ ଉଲ୍ଲେଖ ଅଛି, ବାଲାସାହେବ ଠାକ୍ରେ ଆରମ୍ଭ କରିଥିବା ଐତିହ୍ୟକୁ ଏକନାଥ ସିନ୍ଦେ କଳଙ୍କିତ କରିଛନ୍ତି। ସିନ୍ଦେ ଓ ତାଙ୍କ ବିଧାୟକମାନେ ‘ଶିବସେନା’କୁ କ୍ଷତାକ୍ତ କରି ମହାରାଷ୍ଟ୍ରକୁ ପଙ୍ଗୁ କରିବା ସହ ମରାଠୀ ଜନତାଙ୍କୁ ଦୁର୍ବଳ କରି ଦେଇଛନ୍ତି। ସେଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏମିତି ଦଳର ସଂଗ୍ରାମର ଅବସାନ ଘଟିବ ନାହିଁ। ଦଳର ଉତ୍ଥାନ ହେବ ଓ ଶତ୍ରୁର ବକ୍ଷକୁ ପାଦରେ ଦଳନ କରିବ।
ସୂଚନାଯୋଗ୍ୟ, ଶିବସେନାର ସଙ୍କେତ ନିମନ୍ତେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗିବାରୁ ଭାରତର ନିର୍ବାଚନ କମିସନ୍ ସଙ୍କେତ ବ୍ୟବହାର ଉପରେ ରହିତାଦେଶ ଜାରି କରିଛନ୍ତି। କିଛି ଦିନ ପାଇଁ ଅସ୍ଥାୟୀ ସଙ୍କେତ ପାଇବାକୁ ଅକ୍ଟୋବାର ୧୦ ତାରିଖ ଅପରହ୍ଣ ୧ଟା ସୁଦ୍ଧା ଉପଲବ୍ଧ ସଙ୍କେତଗୁଡ଼ିକରୁ ସଙ୍କେତ ଚୟନ କରି ୩ଟି ଲେଖାଏଁ ବିକଳ୍ପ ସହିତ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।
Powered by Froala Editor