ପୁଣିଥରେ ଲାଲୁ ଯାଦବ ଆର୍ଡେଜି ଅଧ୍ୟକ୍ଷ ନିର୍ବାଚିତ

ପୁଣିଥରେ ଆର୍ଡେଜି ଅଧ୍ୟକ୍ଷ ଭାବେ ଦଳୀୟ ନେତାମାନେ ଲାଲୁ ପ୍ରସାଦ ଯାଦବଙ୍କୁ ପାର୍ଟି ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଛନ୍ତି। ଏହାକୁ ମିଶାଇ ଲାଲୁ ୧୨ ଥର ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।
କେବଳ ଯାଦବ ଦଳର ସଭାପତି ପଦ ପାଇଁ ଏକମାତ୍ର ପ୍ରତିଦ୍ୱନ୍ଦୀ ଭାବେ ନାମାଙ୍କନ ପଞ୍ଜିକରଣ କରିଥିଲେ ଏବଂ ତେଣୁ ଦଳର ମୁଖ୍ୟ ଭାବରେ ତାଙ୍କୁ ମନୋନୀତ କରାଯାଇଥିଲା। ନୂଆଦିଲ୍ଲୀରେ ଅନୁଷ୍ଠିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଏହି ଫଳାଫଳର ଆନୁଷ୍ଠାନିକ ଘୋଷଣା କରାଯାଇଛି। ଅନ୍ୟ କେହି ଦାବିଦାର ନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।
ଅକ୍ଟୋବର ୧୦ରେ କିଡନୀ ପ୍ରତିରୋପଣ ପାଇଁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସିଙ୍ଗାପୁର ଯିବା ପୂର୍ବରୁ ଏହି ସଭାର ଆୟୋଜନ ହୋଇଛି। ବୈଠକରେ ମଧ୍ୟ ଲାଲୁଙ୍କ ନାଁରେ ମୋହର ଲାଗିଥିଲା।
Powered by Froala Editor