ବିବାହର ୪ ମାସ ପରେ ଯମଜ ସନ୍ତାନର ମା’ ହେଲେ ନୟନତାରା
ବିବାହର ମାତ୍ର ୪ ମାସ ପରେ ଯମଜ ସନ୍ତାନର ମାତା-ପିତା ହୋଇଛନ୍ତି ସାଉଥ ସୁପରଷ୍ଟାର ନୟନତାରା ଏବଂ ବିଗ୍ନେଶ ଶିବନ । ସୋସିଆଲ ମିଡିଆ ମାଧ୍ୟମରେ ଉଭୟ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।
ଫଟୋରେ ନୟନତାରା ଏବଂ ବିଗ୍ନେଶ ତାଙ୍କ ନବଜାତ ଶିଶୁଙ୍କ ପାଦକୁ ଚୁମ୍ବନ ଦେଉଥିବା ଦେଖାଯାଇଛି। ଫଟୋ ସହିତ ବିଗ୍ନେଶ ଲେଖିଛନ୍ତି, 'ନୟନ ଏବଂ ମୁଁ ଆମ୍ମା ଏବଂ ଆପା ହୋଇଛୁ। ଆମେ ଯାଆଁଳା ମାତାପିତା ହୋଇଛୁ । ସମସ୍ତଙ୍କ ପ୍ରାର୍ଥନା, ଆମର ପିତୃପୁରୁଷଙ୍କ ଆଶୀର୍ବାଦ ଯୋଗୁ ସବୁ ସମ୍ଭବ ହୋଇଛି। ଆମର ୟୁରି ଏବଂ ୟୁଲଗାମ ପାଇଁ ଆମେ ଆପଣଙ୍କର ଆଶୀର୍ବାଦ ଆବଶ୍ୟକ କରୁ। ଏହି ପୋଷ୍ଟ ପରଠାରୁ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବହୁ ସଂଖ୍ୟାରେ ଲୋକ ଆସିଛନ୍ତି।
ସୂଚନା ଯେ, ଗତ ୯ ଜୁନ ୨୦୨୨ରେ ନୟନତାରା ଏବଂ ବିଗ୍ନେଶ ବିବାହ କରିଥିଲେ। ଏହି ଦମ୍ପତି ସରୋଗେସି ମାଧ୍ୟମରେ ସେମାନଙ୍କର ଯମଜ ଶିଶୁଙ୍କୁ ଏହି ଦୁନିଆକୁ ସ୍ବାଗତ କରିଛନ୍ତି।
Powered by Froala Editor