ବିବାଦୀୟ ବୟାନ ପରେ ପଦ ଛାଡ଼ିଲେ ଆପ୍ ମନ୍ତ୍ରୀ

ହିନ୍ଦୁ ଦେବାଦେବୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଦିଲ୍ଲୀ ଆମ୍ ଆଦମୀ ପାର୍ଟି ସରକାରର ସମାଜ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜେନ୍ଦ୍ର ପାଲ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ଆଜି ମୁଁ ଅନେକ ବନ୍ଧନରୁ ମୁକ୍ତ ହୋଇଛି ଏବଂ ଆଜି ମୋର ପୁନର୍ଜନ୍ମ ହୋଇଛି। ବର୍ତ୍ତମାନ ମୁଁ ସମାଜରେ ହେଉଥିବା ଅତ୍ୟାଚାର ଏବଂ ଅଧିକାର ପାଇଁ ସଂଗ୍ରାମ ବିନା ବନ୍ଧନରେ ଜାରି ରଖିବି।
ସୂଚନା ଥାଉ କି, ଅକ୍ଟୋବର ୫ ତାରିଖରେ ଦିଲ୍ଲୀର ଆମ୍ବେଦକର ଭବନରେ ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ବୌଦ୍ଧଧର୍ମ ଗ୍ରହଣ ପାଇଁ ଏହି କାର୍ଯ୍ୟକ୍ରମରେ ୧୦ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ। ଆଉ ଆପ୍ ମନ୍ତ୍ରୀ ଏବଂ ଅନ୍ୟମାନେ ସାମୂହିକ ଧର୍ମ ପରିବର୍ତ୍ତନ କାର୍ଯ୍ୟକ୍ରମରେ ହିନ୍ଦୁ ଦେବତାଙ୍କୁ ପୁଜା ନକରିବା ପାଇଁ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରୁ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଭିଡିଓରେ ଆପ୍ ମନ୍ତ୍ରୀ ଶପଥ ନେଇ କହିଥିଲେ ଯେ, ‘ବ୍ରହ୍ମା, ବିଷ୍ଣୁ, ମହେଶ୍ବରଙ୍କ ଉପରେ କୌଣସି ବିଶ୍ବାସ ନାହିଁ କି ସେମାନଙ୍କୁ ମୁଁ ପୂଜା କରିବି ନାହିଁ। ଭଗବାନଙ୍କ ଅବତାର ବୋଲି ବିଶ୍ବାସ କରାଯାଉଥିବା ଶ୍ରୀରାମ ଏବଂ ଶ୍ରୀକୃଷ୍ଣଙ୍କ ଉପରେ ମୋର କୌଣସି ବିଶ୍ବାସ ନାହିଁ କି ସେମାନଙ୍କୁ ମୁଁ ପୂଜା କରିବି ନାହିଁ।’ ଏହାକୁ ନେଇ ବିଜେପି ଆପ୍ ସରକାରକୁ ଟାର୍ଗେଟ୍ କରି ଆସୁଥିଲା । ଏପରିକି ତାଙ୍କ ପରିବାରକୁ ହତ୍ୟା ଧମକ ମିଳିଥିଲା । ଶେଷରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।
ସେ କହିଛନ୍ତି ଯେ ଘଟଣା ପରେ ମୋତେ ଏବଂ ମୋ ପରିବାରକୁ ଧମକ ମିଳୁଛି ଦେଉଛନ୍ତି । ମୁଁ ପାର୍ଟିର ଜଣେ ସିପାହୀ । ମୁଁ ନିଜ ସମାଜର ହକ୍ର ଲଢେଇ ପାଇଁ ଆଗାମୀ ସମୟରେ ବି ଲଢେଇ କରିବି । ମୁଁ ଚାହେଁ ନାହିଁ ମୋ କାରଣରୁ ପାର୍ଟିର ଛବି ମଳିନ ପଡୁ ।
Powered by Froala Editor