ମୋଢେରା ଦେଶର ପ୍ରଥମ ୨୪ ଘଣ୍ଟା ସୌର ଶକ୍ତି ଚାଳିତ ଗାଁ

ଗୁଜୁରାଟର ମୋହସାନା ଜିଲ୍ଲା ମୋଢେରା ଗାଁକୁ ଦେଶର ପ୍ରଥମ ୨୪ ଘଣ୍ଟା ସୌର ଶକ୍ତି ଚାଳିତ ଗାଁ ଭାବେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଢେରାରେ ଦିନର ୨୪ ଘଣ୍ଟା ଏବଂ ସପ୍ତାହର ୭ ଦିନ ସୌର ଉର୍ଜାରେ ପରିଚାଳିତ ହେବ। ସବୁଠାରୁ ବଡ କଥା ହେଉଛି ଗ୍ରାମବାସୀଙ୍କୁ ଏପରି ବ୍ୟବସ୍ଥା ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି। ତିନିଦିନିଆ ଗୁଜୁରାଟ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଆଜି ପ୍ରଥମ ଦିନରେ ଗୁଜୁରାଟକୁ ଏହି ଉପହାର ଦେଇଛନ୍ତି।
ଗୁଜୁରାଟର ମୋଢେରା ଗାଁ ସୂର୍ଯ୍ୟ ମନ୍ଦିର ପାଇଁ ଜଣାଶୁଣା। ମୋଢେରା ଗାଁର ଘରେ ଘରେ ଲାଗିଛି ସୋଲାର ପ୍ୟାନେଲ। ଗାଁରେ ଏକ କିଲୋୱାଟ୍ କ୍ଷମତା ଥିବା ୧୩୦୦ରୁ ଅଧିକ ସୋଲାର ପ୍ୟାନେଲ ଲାଗିଛି। ଏହାଦ୍ୱାରା ଗାଁରେ ୨୪ ଘଣ୍ଟା ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ। ଏଥିପାଇଁ ୮୦.୬୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ସୌର ଶକ୍ତି ବ୍ୟବହାର କରି ମୋଢେରାର ଲୋକମାନେ ୬୦ରୁ ୧୦୦ ପ୍ରତିଶତ ଇଲେକ୍ଟ୍ରିକ୍ ବିଲ୍ ବଞ୍ଚାଇ ପାରିବେ ବୋଲି ମୋଦୀ କହିଛନ୍ତି। ଗ୍ରାମବାସୀଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି ” ବର୍ତ୍ତମାନ ଆମେ ଆଉ ବିଜୁଳି ବିଲ୍ ପାଇଁ ଦେୟ ଦେବାନି। ବରଂ ବିଜୁଳି ବିକ୍ରି କରି ଆୟ କରିବ। କିଛି ସମୟ ପୂର୍ବରୁ ସରକାର ଲୋକମାନଙ୍କୁ ବିଜୁଳି ଦେଉଥିଲେ। ହେଲେ ବର୍ତ୍ତମାନ ଲୋକେ ନିଜ ଆବଶ୍ୟକ ମୁତାବକ ବିଜୁଳି ଉତ୍ପାଦନ କରିପାରିବେ।”
Powered by Froala Editor