ପିଠି ଯନ୍ତ୍ରଣା ପାଇଁ ଟି-୨୦ ଓ୍ବାଲ୍ଡ କପ୍ରୁ ବାଦ୍ ପଡିଲେ ବୁମରାହ

୨ସପ୍ତାହ ପରେ ହେବାକୁ ଥିବା ଟି-୨୦ ଓ୍ବାଲ୍ଡ କପ୍ରେ ଭାରତୀୟ ଟିମ୍କୁ ଝଟ୍କା ଲାଗିଛି। ଭାରତୀୟ ଟିମ୍ରୁ ଅନୁଭବୀ ଦ୍ରୁତ ବୋଲର ଜଶପ୍ରୀତ ବୁମରାହଙ୍କୁ ଓ୍ବାଲ୍ଡ କପ୍ରୁ ବାହାର କରାଯାଇଛି। ସବୁଠୁ ଅନୁଭବୀ ଓ ଶ୍ରେଷ୍ଠ ବୋଲର ଜଶପ୍ରୀତ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି । ଲଗାତର ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏନେଇ ଘୋଷଣା କରିଛି । ଖୁବଶୀଘ୍ର ବୁମରାହଙ୍କ ରିପ୍ଲେସମେଣ୍ଟର ଘୋଷଣା କରାଯିବ ।
ବିସିସିଆଇ ନିଜ ପ୍ରେସ ରିଲିଜରେ ଲେଖିଛି, ବୋର୍ଡର ମେଡିକାଲ ଟିମ୍ ଭାରତୀୟ ଦଳର ଦ୍ରୁତ ବୋଲର ଜଶପ୍ରୀତ ବୁମରାହଙ୍କୁ ଆଇସିସି ଟି-୨୦ ବିଶ୍ୱକପରୁ ବାହାର କରିଦେଇଛି । ବୁମରାହଙ୍କୁ ଆରମ୍ଭରେ ପିଠିରେ ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଥିଲେ । ସେବେଠୁ ସେ ଚିକିତ୍ସିତ ହେଉଛନ୍ତି । ବିସିସିଆଇ ଖୁବଶୀଘ୍ର ଜଶପ୍ରୀତ ବୁମରାହଙ୍କ ସ୍ଥାନରେ କୌଣସି ଅନ୍ୟ ଖେଳାଳିଙ୍କୁ ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ପାଇଁ ଟିମରେ ସାମିଲ କରିବ ।
ନିକଟରେ ଅଷ୍ଟ୍ରେଲିଆ ବିରୋଧlରେ ଟି-୨୦ ସିରିଜ୍ ଖେଳିଥିଲେ। ଏହି ସିରିଜ୍ରେ ବୁମରା ୨ଟି ମ୍ୟାଚ୍ ଖେଳିଥିଲେ। ଏହାପରେ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦ ସିରିଜ୍ରୁ ତାଙ୍କୁ ବାହାର କରାଯାଇଛି। ବୁମରା ଓ୍ବାଲ୍ଡ କପ୍ ଖେଳିବା ପାଇଁ ଫିଟ୍ ନୁହଁନ୍ତି ବୋଲି ବିସିଆଇର ମେଡିକାଲ ଟିମ୍ ଯାଞ୍ଚ କରି ସ୍ପଷ୍ଟ କରିଛନ୍ତି। ସୋମବାର ବିସିସିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
Powered by Froala Editor