‘ଆଦି ପୁରୁଷ’କୁ କାର୍ଟୁନ ଫିଲ୍ମ କହିଲେ ୟୁଜର୍ସ
ଓମ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଆଦି ପୁରୁଷ’ର କାହାଣୀ ରାମାୟଣ ଉପରେ ଆଧାରିତ। ‘ଆଦି ପୁରୁଷ’ର ଟିଜର ରବିବାର ସନ୍ଧ୍ୟାରେ ରିଲିଜ୍ ହୋଇଛି। ଫିଲ୍ମରେ ପ୍ରଭାସ, ସୈଫ ଅଲ୍ଲୀ ଖାନ ଏବଂ କୃତି ସେନନ ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି। କିନ୍ତୁ ରାମ, ରାବଣଙ୍କ ଲୁକ୍ ଠାରୁ ଏହାର ସ୍ପେଶାଲ ଏଫେକ୍ଟ ସବୁକିଛି ନିରାଶ କରିଛି । ଏହି ଟିଜର ଦେଖି ଫିଲ୍ମର ଭବ୍ୟତାକୁ ନେଇ ଅନେକ ସନ୍ଦେହ କଲେଣି ।
ଟିଜର ଦେଖିବା ପରେ ୟୁଜର କହିଛନ୍ତି, ଲାଗୁଛି ଆମେ ଏକ କାର୍ଟୁନ ଫିଲ୍ମ ଦେଖୁଛୁ। ପୂର୍ବରୁ ଆଦି ପୁରୁଷର ପୋଷ୍ଟର ମଧ୍ୟ ୟୁଜର୍ସକୁ ପସନ୍ଦ ଆସିନଥିଲା। ପୋଷ୍ଟରକୁ ନେଇ ଫିଲ୍ମକୁ ଖୁବ୍ ଟ୍ରୋଲ କରାଯାଇଥିଲା।
ରାମାନାନ୍ଦ ସାଗରଙ୍କ ରାମାୟଣ ପରେ ଏହି ଫିଲ୍ମ ବଲିଉଡରେ ଇତିହାସ ସୃଷ୍ଟି କରିବ ବୋଲି କୁହାଯାଉଥିଲା । ୫ଶହ କୋଟିର ବଜେଟରେ ତିଆରି ଫିଳ୍ମର ଟିଜରରୁ କିନ୍ତୁ ସେଭଳି କିଛି ଲାଗୁନି । ଲାଗୁଛି ଏହା ଏକ କାର୍ଟୁନ ଫିଲ୍ମ । ଟିଜର ଦେଖି ଅନେକ ଦର୍ଶକ ଏଭଳି କମେଣ୍ଟ୍ ମଧ୍ୟ ଦେଇଛନ୍ତି । ୫ଶହ କୋଟିର ଫିଲ୍ମର ସ୍ପେଶାଲ ଏଫେକ୍ଟ ଏତେ କମଜୋର କେମିତି ହେଲା ବୋଲି ପ୍ରଶ୍ନ ହେଉଛି ।
କୁହାଯାଉଛି ଯେ, ଫିଲ୍ମ ନିର୍ଦ୍ଦେଶକ ଏହାକୁ ଭବ୍ୟ ବନାଇବା ଚକ୍କରରେ ଏଚବିଓର ଗେମ୍ ଅଫ୍ ଥ୍ରୋନକୁ ପୁରା କପି କରିଛନ୍ତି । କିନ୍ତୁ କପି ମଧ୍ୟ ଠିକରେ କରି ନାହାନ୍ତି । ଟିଜରରେ ରାବଣକୁ ଏକ ରାକ୍ଷାସକାର ବାଦୁଡି ଉପରେ ବସି ଆସୁଥିବାର ଦେଖିବାକୁ ମିଳୁଛି । ଗେମ୍ ଅଫ୍ ଥ୍ରୋନର ଡ୍ରାଗନ ଓ ଆଦିପୁରୁଷର ଏହି ବାଦୁଡି ମଧ୍ୟରେ ଥିବା ସମାନତା ଦେଖି ଯେକେହି ମଧ୍ୟ ଏଭଳି କପି ଅଭିଯୋଗ ଆଣିବ ।
Powered by Froala Editor