ଗ୍ୟାରେଜ୍ରେ ପଶି ବାଇକ୍ ଓ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ
ଭବାନୀପାଟଣା : ଗ୍ୟାରେଜ୍ରେ ପଶି ୬ଟି ବାଇକ୍ ଓ ଦୁଇଟି କାର୍ ପୋଡ଼ିଦେଲେ ଦୁର୍ବୃତ୍ତ। ଭବାନୀପାଟଣାସ୍ଥିତ ଇରିଗେସନ କଲୋନୀ ୧୭ନମ୍ବର ଲେନରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସୂଚନାନୁଯାୟୀ, ଇରିଗେସନ କଲୋନୀ ୧୭ନମ୍ବର ଲେନରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ରୋଧନ ପାଣ୍ଡେଙ୍କ ଗ୍ୟାରେଜରେ ଥିବା ଗାଡି ଗୁଡ଼ିକରେ ନିଆଁ ଲଗାଇଦେଇଥିଲେ। ବାଇକ୍ ପୋଡ଼ିବା ଶବ୍ଦ ଶୁଣି ରୋଧନ ପାଣ୍ଡେ ଗ୍ୟାରେଜରେ ପହଞ୍ଚିଥିଲେ। ଦେଖୁ ଦେଖୁ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା। ଫଳରେ ୬ଟି ବାଇକ୍ ଓ ଦୁଇଟି କାର୍ ଜଳିପୋଡ଼ି ଛାରଖାର୍ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ପ୍ରକାଶ ଥାଉକି, ୫ଟି ବାଇକ, ଗୋଟିଏ ସ୍କୁଟି ଓ ଦୁଇଟି କାର ମଧ୍ୟ ଆଂଶିକ ପୋଡି ଯାଇଥିବା ଦେଖିବାକୁ ମିଳିଛି। ଏନେଇ ଘର ମାଲିକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ଓ ଟିମ୍ ଘଟଣାସ୍ଥଳରେ ଯାଞ୍ଚ୍ କରିବା ପରେ ତଦନ୍ତ ଆରମ୍ଭ କରିଛନ୍ତି।
Powered by Froala Editor