ଆଜି ବେଙ୍ଗାଲୁରୁ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମଙ୍ଗଳବାର ବେଙ୍ଗାଲୁରୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଅପରାହ୍ଣ ସାଢେ ୧ଟାରେ ବିମାନରେ ଉଡାଣ ଭରିବେ । ୨୮ ତାରିଖରେ ସେଠାରେ ଓଡ଼ିଶା ପୁଞ୍ଜିନିବେଶ ସମ୍ମିଳନୀ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ଓ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଯିବେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।
ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ଶିଳ୍ପ ଜଗତର ଅନେକ ହସ୍ତୀଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ସେମାନଙ୍କୁ ଆମନ୍ତ୍ରଣ କରିବେ ନବୀନ । ଏଥିସହ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ହେବାକୁ ଥିବା ମେକ୍ ଇନ ଓଡ଼ିଶା ସମ୍ମେଳନରେ ଯୋଗ ଦେବାକୁ ନିମନ୍ତ୍ରଣ ଦେବେ । ପୂର୍ବରୁ ଦୁବାଇ, ଦିଲ୍ଲୀ ଓ ମୁମ୍ବାଇରେ ଅନେକ ପୁଞ୍ଜି ନିବେଶକାରୀଙ୍କୁ ସେ ଭେଟି ସାରିଛନ୍ତି ।
Powered by Froala Editor