‘ବାରଙ୍ଗ ୧୯୯୯’ ବାବଦରେ ମୁହଁ ଖୋଲିଲେ ଅଞ୍ଜନା
ଓଟିଟି ପ୍ଲାଟଫର୍ମରେ ଅଞ୍ଜନା ମିଶ୍ରଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ ନିର୍ମାଣକୁ ନେଇ ମୁଁ ଖୋଲିଛନ୍ତି ନିଜେ ଅଞ୍ଜନା ମିଶ୍ର । କଞ୍ଚାଲଙ୍କା ପକ୍ଷରୁ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ରିଲିଜ ପରେ ନୂଆ ବିବାଦ ଆରମ୍ଭ ହୋଇଛି । ଫିଲ୍ମର ପ୍ରଯୋଜକ ଅକ୍ଷୟ ପରିଜା ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଅପଲୋଡ କରିଛନ୍ତି । ପୋଷ୍ଟରରେ ଫିଲ୍ମର ନାଁ ‘ବାରଙ୍ଗ ୧୯୯୯’ ହୋଇଥିବା ବେଳେ ଟ୍ୟାଗ ଲାଇନରେ ଲେଖା ଅଛି, ଜଣେ ମହିଳାର ଲଢେଇ ଓଡିଶା ରାଜନୀତିକୁ ପରିବର୍ତନ କରିଛି । ଏହା ପରୋକ୍ଷରେ ଅଞ୍ଜନା ମିଶ୍ରଙ୍କୁ ଇଙ୍ଗିତ କରୁଥିବାରୁ ଫିଲ୍ମର ନିର୍ମାଣକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ମୋ ଜୀବନ କାହାଣୀକୁ ନେଇ ଓଟିଟି ପ୍ଲାଟଫର୍ମରେ ସିନେମା ହେବା ଖବର କାଗଜରୁ ପଢ଼ିଲି। କଞ୍ଚାଲଙ୍କା ଏହାକୁ ନିର୍ମାଣ କରୁଛି। ଏପରି କରିବା ଆଦୌ ଉଚିତ ନୁହେଁ । ମୋ ସହିତ ଫିଲ୍ମ ସଂପର୍କରେ କୌଣସି ବ୍ୟକ୍ତି ଆଲୋଚନା କରିନାହାନ୍ତି । ମୁଁ ଏ ବିଷୟରେ କିଛି ବି ଜାଣିନି । ଯେଉଁ ମାନେ କରୁଛନ୍ତି ତାକୁ ବନ୍ଦ କରିବାକୁ ମୁଁ ମିଡ଼ିଆ ମାଧ୍ୟମରେ ସତର୍କ କରାଉଛି । ନହେଲେ ମୁଁ ଆଇନର ଆଶ୍ରୟ ନେବି ।
ତେବେ ଯଦି ନାଁ ବଦଳେଇ ଫିଲ୍ମ ନିର୍ମାଣ କରିବା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ମୋ ଲାଇଫ ଷ୍ଟାଇଲେ ସହ ଯଦି କିଛି ରହିବା ମୁଁ ଜାଣେ । ତାହେଲେ ମୁଁ ଆଇନର ଆଶ୍ରୟ ନେବି। ମୁଁ ଚାହୁଁନି ମୋ ଜୀବନ କାହାଣୀ କି ସେ ଘଟଣାକୁ ନେଇ କିଛି ବି ହେଉ ।
ସୂଚନାଯୋଗ୍ୟ ଯେ, ସୋମବାର ଦିନ ଓଡିଶାର ଏକ ଦୈନିକ ଖବର କାଗଜରେ ଏନେଇ ଖବର ପ୍ରକାଶ ପାଇଥିଲା । ଖବରର ଶୀର୍ଷକ ଥିଲା ଅଞ୍ଜନା ମିଶ୍ରଙ୍କ କାହାଣୀ କହିବ ‘ବାରଙ୍ଗ ୧୯୯୯ ’ । ଯାହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଅଞ୍ଜନା ମିଶ୍ର ।
Powered by Froala Editor