ଚତୁର୍ଥ ସେମିଷ୍ଟର: ଉତ୍କଳ ବିଶ୍ବବଦ୍ୟାଳୟରେ ପରୀକ୍ଷା ପାଇଁ ନାହିଁ ଆବଶ୍ୟକ ଉତ୍ତର ଖାତା

ଭୁବନେଶ୍ବର: ଆଜି ଠାରୁ ଉତ୍କଳ ବିଶ୍ବବଦ୍ୟାଳୟର ଯୁକ୍ତ ତିନିର ଚତୁର୍ଥ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ । କିନ୍ତୁ ବିଶ୍ବବଦ୍ୟାଳୟ ଅଧୀନରେ ଥିବା କଲେଜ ମାନଙ୍କରେ ପରୀକ୍ଷା କରିବାକୁ ନାହିଁ ଆବଶ୍ୟକ ମୁତାବକ ଉତ୍ତର ଖାତା । ଏନେଇ କଲେଜ ଅଧ୍ୟକ୍ଷଙ୍କୁ ଉତ୍କଳ ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ଚିଠି ଲେଖିଛନ୍ତି ।
ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଉତ୍ତର ଖାତା ଉପଲବ୍ଧ ନଥିବା ହେତୁ ଉପରୋକ୍ତ ପରୀକ୍ଷା ପରିଚାଳନା ପାଇଁ କେତେକ କଲେଜରେ ଉତ୍ତର ଖାତାର ଅଭାବ ରହିଛି । ତେବେ ସେପ୍ଟେମ୍ବର ୨୮ ତାରିଖ (ବୁଧବାର) ପରଠାରୁ ଆବଶ୍ୟକତା ଅନୁଯାୟୀ ଉପଲବ୍ଧ ହେବ ବୋଲି ଚିଠିରେ ଲେଖାଯାଇଛି । ତେବେ ଏହି ସମୟ ମଧ୍ୟରେ କଲେଜ ଗୁଡ଼ିକୁ ଉତ୍ତର ଖାତା ଯୋଗାଇବା ପାଇଁ ନିକଟସ୍ଥ କଲେଜ ଗୁଡ଼ିକର ସାହାଯ୍ୟ ନେବାକୁ ଅନୁରୋଧ କରାଯାଇଛି । ଏଥିସହ କଲେଜଗୁଡ଼ିକର ପ୍ରିନ୍ସିପାଲ୍ ପରସ୍ପରକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ଯାହାର କୌଣସି ପ୍ରକାର ହୁଏ ତେବେ ସେମାନେ ହ୍ବାଟସଅପ୍ ମଧ୍ୟରେ ଜଣାଇବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।ଏଥିସହ ଉତ୍କଳ ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ଉଲ୍ଲେଖ କରିଛନ୍ତି ଯେ, ‘‘ପରୀକ୍ଷାର ସୁପରିଚାଳନା ପାଇଁ ଅନ୍ୟ ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମି ସହ ପରୀକ୍ଷା ଖାତାର ଉପଲବ୍ଧତା ବୁଝିବା ସେ ନେଇ ଚିଠି କରାଯାଇଛି ।
Powered by Froala Editor