ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍ରେ ହରାଇଲା ଭାରତ
ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଟି୨୦ ସିରିଜର ତୃତୀୟ ମୁକାବିଲାରେ ଭାରତ ୨-୧ରେ ସିରିଜ ବିଜୟୀ ହୋଇଛି। ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ଶତକୀୟ ଭାଗୀଦାରି ବଳରେ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍ରେ ପରାସ୍ତ କରିଛି ଭାରତ।
ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଟିମ୍ ଡେଭିଡ୍ଙ୍କ ୫୪ ରନ ଏବଂ କ୍ୟାମେରୁନ ଗ୍ରୀନଙ୍କ ୫୨ ବଲ୍ରେ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଜବାବରେ ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ୬୯ ରନ ଏବଂ ବିରାଟ କୋହଲିଙ୍କ ୬୩ ରନ ବଳରେ ୧୯.୫ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ୨୫ ରନର ଉପଯୋଗୀ ଇନିଂସ ଖେଳିଥିଲେ। ବୋଲିଂରେ ଅକ୍ଷର ପଟେଲ୍ ୩୩ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ୨୦୨୧ ପରଠୁ ଭାରତ ରନର ପିଛା କରି ୧୪ଟି ମ୍ୟାଚ୍ରୁ ୧୩ଟିରେ ବିଜୟ ହାସଲ କରିଛି। ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ ଦ ମ୍ୟାଚ୍ ଏବଂ ସିରିଜ୍ରେ ସର୍ବାଧିକ ଓ୍ଵିକେଟ୍ ନେଇଥିବା ଅକ୍ଷର ପଟେଲ୍ ପ୍ଲେୟାର ଅଫ ଦ ସିରିଜ୍ ପୁରସ୍କାର ପାଇଛନ୍ତି।
Powered by Froala Editor