ଆଗକୁ ଗୁଜରାଟ ନିର୍ବାଚନ : ରାଘବ ଚଢାଙ୍କୁ ସହ ପ୍ରଭାରୀ ନିଯୁକ୍ତ କଲା ଆପ୍
ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତି କରୁଥିବା ଆମ ଆଦମୀ ପାର୍ଟି(ଏଏପି) ଏକ ବଡ ପଦକ୍ଷେପ ନେଇଛି। ନିର୍ବାଚନ ପାଇଁ ଏଏପି ରାଘବ ଚଢାଙ୍କୁ ଦଳର ସହ ପ୍ରଭାରୀ ଦାୟିତ୍ୱରେ ନିଯୁକ୍ତ କରିଛି। ଏହି ଦାୟିତ୍ୱ ପୂରଣ କରିବା ପାଇଁ ସେ ନିଜ ଜୀବନକୁ ବାଜି ଲଗାଇଦେବେ ବୋଲି ସେ କହିଛନ୍ତି।
ଆଗକୁ ଗୁଜରାଟ ନିର୍ବାଚନ ଥିବାରୁ ରାଘବଙ୍କୁ ମିଳିଛି ପ୍ରମୁଖ ଦାୟିତ୍ୱ। ପଞ୍ଜାବ ନିର୍ବାଚନ ବେଳେ ସମାନ ଦାୟିତ୍ୱ ନିଭାଇଥିଲେ ରାଘବ। ଏଠାରେ ପୂରା ଦମରେ ଲାଗିପଡ଼ିଛି ଆପ୍। ପଞ୍ଜାବ ବିଜୟ ପଛରେ ପ୍ରମୁଖ ଭୂମିକା ନିଭାଇଥିଲେ ରାଘବ ଚଢ଼ା। ପଞ୍ଜାବରେ ଆମ ଆଦମୀ ପାର୍ଟି ଏକ ବୃହତ ବିଜୟ ହାସଲ କରିଥିଲା। ପଞ୍ଜାବରେ ଏଏପି ବିଧାନସଭାରେ ୧୧୭ଟି ଆସନ ମଧ୍ୟରୁ ୯୨ଟି ଆସନ ଜିତିଥିଲା। ଏହା ପରେ ଏଏପି ରାଘବ ଚଢାଙ୍କୁ ରାଜ୍ୟ ସଭାକୁ ପଠାଇଥିଲା। ଦଳ ପାଇଁ ଉଭୟ ଦିଲ୍ଲୀ ଏବଂ ପଞ୍ଜାବ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି ରାଘବ।
ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟ ବିଧାନସଭା ନିର୍ବାଚନ ରହିଛି। ଏହାରି ଭିତରେ କେଜ୍ରିୱାଲ ରାଜ୍ୟବାସୀଙ୍କୁ ୧୦ଟି ଗ୍ୟାରେଣ୍ଟି ଦେଇଛନ୍ତି। ଗ୍ୟରେଣ୍ଟିରେ ଛାତ୍ର-ଛାତ୍ରୀମାନଙ୍କୁ ମାଗଣା ବସ ଯାତ୍ରାର ସୁବିଧା ଦିଆଯିବା ସହ ୨୪ଘଣ୍ଟା ପାଣି ଓ ବିଦ୍ୟୁତ୍ ପାରିବେ ବୋଲି କୁହାଯାଇଛି।
ତେବେ ୨୦୧୭ରେ ଆପ ପ୍ରଥମ ଥର ପାଇ ଗୁଜରାଟରେ ବିଧାନସଭା ନିର୍ବାଚନ ଲଢ଼ିଥିଲା। କିନ୍ତୁ ଗୋଟିଏ ବି ସିଟ୍ ଜିତିପାରି ନଥିଲା। ବିଜେପି ପାଇଁ କଂଗ୍ରେସ ମୁଖ୍ୟ ଚ୍ୟାଲେଞ୍ଜ ହୋଇଥିଲା। ତେଣୁ ରାଘବଙ୍କ ଲୋକପ୍ରିୟତାକୁ ଦଳ କାମରେ ଲଗାଇବାକୁ ଚିନ୍ତା କରିଛି।
Powered by Froala Editor