୪୧ ବର୍ଷରେ ଟେନିସ୍ରୁ ଅବସର ଘୋଷଣା କଲେ ରୋଜର ଫେଡେରର

ଟେନିସ୍ରୁ ଅବସର ଘୋଷଣା କରିଛନ୍ତି ରୋଜର ଫେଡେରର । ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ପରେ ୪୧ ବର୍ଷ ବୟସରେ ଟେନିସ୍ରୁ ଅବସର ନେଉଛନ୍ତି ବୋଲି ସେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଜୁଲାଇ ୨୦୨୧ରେ ୱିମ୍ବଲେଡନ ପରଠାରୁ ଫେଡେରର ପ୍ରତିଦ୍ୱନ୍ଦ୍ୱିତାରେ ପ୍ରତିଯୋଗିତାରେ ଭାଗ ନେଇନାହାନ୍ତି। ତେବେ ଆସନ୍ତା ସପ୍ତାହରେ ଲଣ୍ଡନରେ ଖେଳାଯିବାକୁ ଥିବା ଲାଭେର କପ୍ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ହେବ। ଏହାପରେ ସେ ଟେନିସ୍ରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି।
ଟୁଇଟ୍ କରି କହିଛନ୍ତି, ମୁଁ ଯେତିକି ଆଶା କରିଥିଲି, ସ୍ବପ୍ନ ଦେଖିଥିଲି, ଟେନିସ୍ ମୋତେ ଏହାଠାରୁ ଅଧିକ ଦେଇଛି । ତେବେ ମୋର ପେସାଦାର କ୍ୟାରିୟରକୁ ଶେଷ କରିବାକୁ ବର୍ତ୍ତମାନ କଠିନ ସମୟ ଆସିଯାଇଛି ବୋଲି କହିଛନ୍ତି ।
Powered by Froala Editor