ଘୂର୍ଣ୍ଣିବଳୟ: ୨୨ ଯାଏ ବର୍ଷିବ
ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୯ରେ ଏହା ଲଘୁଚାପ ରୂପ ନେଇପାରେ । ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ବି ଅଛି । ଏହାର ପ୍ରଭାବରେ ୨୨ ତାରିଖ ଯାଏ ତମାମ ରାଜ୍ୟରେ ବର୍ଷିବ । ଉପକୂଳରେ ଭାରୀ ବର୍ଷା ଆଶଙ୍କା ଅଛି ।
ଏହି ଲଘୁଚାପ ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ୩ରୁ ୪ଦିନ ରହିବ । ଫଳରେ ସାରା ରାଜ୍ୟରେ ବର୍ଷା ହେବ । ୧୮ତାରିଖରୁ ଉପକୂଳରେ ପାଗ ବଦଳିବ । ୧୯, ୨୦, ୨୧ ଓ ୨୨ରେ ଭାରୀ ବର୍ଷା ହେବ । ଆଭ୍ୟନ୍ତରୀଣ ଦକ୍ଷିଣରେ ୧୯ରୁ ପାଗ ବଦଳିବ । ୨୦, ୨୧ ଓ ୨୨ରେ ବର୍ଷା ସମ୍ଭାବନା ଅଛି । ସକ୍ରିୟ ମୌସୁମୀ ଓ ଆଗକୁ ଆସୁଥିବା ଲଘୁଚାପ ଯୋଗୁ ବର୍ଷା ଲାଗି ରହିବ । ଆସନ୍ତା ୧୦ଦିନରେ ହାରାହାରି ୧୨୦ରୁ ୧୫୦ ମିଲିମିଟର ବର୍ଷା ସମ୍ଭାବନା ଅଛି ବୋଲି ସେ କହିଛନ୍ତି । ସକ୍ରିୟ ମୌସୁମୀ ଯୋଗୁ ଆସନ୍ତା ୧୪ ଓ ୧୫ରେ ରାଜ୍ୟରେ ଅଧିକ ବର୍ଷା ହେବ । ବୁଧବାର ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ ବି ବର୍ଷା ହୋଇପାରେ । ଚଳିତ ମୌସୁମୀ ଋତୁରେ ୧୦୮୪.୩ମିମି ବର୍ଷା ରେକର୍ଡ ହୋଇଛି । ଏହା ସ୍ୱାଭାବିକଠାରୁ ୫% ଅଧିକ ବର୍ଷା ହୋଇଛି ।
Powered by Froala Editor