ରାଜକୁମାର ଆଣ୍ଡ୍ରିଉଙ୍କୁ ‘ପାଗଳ ବୁଢ଼ା’ କହି ୨୨ ବର୍ଷିୟ ଯୁବକ ଗିରଫ
ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ କଫିନ୍ ଶୋଭାଯାତ୍ରା ସମୟରେ ରାଜକୁମାର ଆଣ୍ଡ୍ରିଉଙ୍କୁ ଗାଳି ଦେଇ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଇଛି। ଭିଡିଓ ସାମ୍ନାକୁ ଆସିବା ପରେ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି।
ଇଣ୍ଟର୍ନେଟ୍ରେ ଭାଇରାଲ୍ ହେଉଥିବା ଭିଡିଓ ଦୃଶ୍ୟ ଅନୁସାରେ, ରାଜା ତୃତୀୟ ଚାର୍ଲସ୍ଙ୍କ ସମେତ ରାଣୀଙ୍କର ସବୁ ପିଲା ତାଙ୍କ କଫିନ୍ ପଛେ ପଛେ ଚାଲି ଚାଲି ଯାଉଥିବା ବେଳେ ଜଣେ ବ୍ୟକ୍ତି ଚିତ୍କାର କରି କହୁଛନ୍ତି, ଆଣ୍ଡ୍ରିଉ, ଆପଣ ଜଣେ ପାଗଳ ବୁଢ଼ା। ଏହାପରେ ପୁଲିସ ତୁରନ୍ତି ଉକ୍ତ ଯୁବକଙ୍କୁ ଚିହ୍ନଟ କରି ଭିଡ ଭିତର ଟାଣି ଆଣି ଅଟକ ରଖିଥିଲା।
ପୁଲିସ ଅଧିକାରୀଙ୍କ କହିବା ମୁତାବକ, ସୋମବାର ଅପରାହ୍ଣ ପ୍ରାୟ ୨ଟା ୫୦ମିରେ ‘ରୟାଲ୍ ମାଇଲ୍’ରେ ଶାନ୍ତିଭଙ୍ଗ କରିବା ଅଭିଯୋଗରେ ଜଣେ ୨୨ ବର୍ଷିୟ ଯୁବକଙ୍କୁ ଗିରଫ କରାଯାଇଛି।
Powered by Froala Editor