ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରିବ ସିବିଆଇ
ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସୋମବାର ସନ୍ଧ୍ୟାରେ ସିବିଆଇ ତଦନ୍ତ ପାଇଁ ମଞ୍ଜୁର କରିଛନ୍ତି। ଗୃହ ମନ୍ତ୍ରଣାଳୟ ଡିଓପିଟି ମନ୍ତ୍ରଣାଳୟକୁ ତଦନ୍ତ କରାଇବା ନେଇ ଏକ ଚିଠି ଲେଖିଛି । ଏହା ପୂର୍ବରୁ ସୋମବାର ଗୋଆ ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲା ସିବିସିଆଇକୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରିଥିଲେ। ଗୃହ ମନ୍ତ୍ରାଳୟ ସିବିଆଇ ଦ୍ୱାରା ମାମଲାର ତଦନ୍ତ କରିବାକୁ କହିଛି ବୋଲି ସିବିଆଇର ଜଣେ ଅଧିକାରୀ କହିଛନ୍ତି।
ଅଗଷ୍ଟ ୨୨ ମଧ୍ୟରାତ୍ରିରେ ଗୋଆରେ ସୋନାଲିଙ୍କ ମୃତ୍ୟୁ ଘଟିଥିଲା। ସୋନାଲି ଫୋଗାଟ ହତ୍ୟା ମାମଲା ସିବିଆଇ ତଦନ୍ତ ପାଇଁ ହରିୟାଣା ସରକାର ମଧ୍ୟ ଅନୁରୋଧ କରିଥିଲେ। ସୋନାଲିଙ୍କ ପରିବାର ଶନିବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟି ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ । ହରିୟାଣା ସରକାର ସୋନାଲିଙ୍କ ପରିବାର ଦାବି ଆଧାରରେ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ମାମଲା ସିବିଆଇକୁ ଦିଆଯିବା ଦରକାର ବୋଲି କହିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ସୋନାଲିଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି।
Powered by Froala Editor