ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଟ୍ରାଫିକ୍ ଜାମ୍ ଭିତରେ ଦୌଡିଲେ ଡାକ୍ତର

ଜଣେ ରୋଗୀଙ୍କର ଅସ୍ତ୍ରୋପଚାର ନିମନ୍ତେ ଟ୍ରାଫିକ୍ ଜାମ୍ରେ ଫସି ଯାଇଥିବା ଜଣେ ଡାକ୍ତର କାର୍ ଛାଡ଼ି ୩ କିଲୋମିଟର୍ ବାଟ ଧାଇଁ ଯାଇଥିବା ଖବର ମିଳିଛି। ଡାକ୍ତରଙ୍କ କାର୍ଯ୍ୟକୁ ସଲାମ କରୁଛି ସାରା ଦେଶ । ଡାକ୍ତରଙ୍କ ଏମିତି ଅବଦାନ ଲାଗି ସବୁଠୁ ଛୁଟିଛି ପ୍ରଶଂସାର ସୁଅ । ଗତ ୩୦ ତାରିଖର ଏହି ଘଟଣା ଏବେ ବେଶ୍ ଭାଇରାଲ ହେଉଛି ।
ବାସ୍ତବରେ ଘଟଣାଟି ହେଉଛି ବେଙ୍ଗାଲୁରୁ ସହରର । ଆଉ ଭାଇରାଲ ହୋଇଥିବା ଭିଡିଓକୁ ସେୟାର କରିଥିଲେ ଖୋଦ୍ ନିଜେ ଡାକ୍ତର । ଡାକ୍ତର ଜଣଙ୍କ ହେଉଛନ୍ତି ଗୋବିନ୍ଦ ନନ୍ଦକୁମାର । ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ବିଭାଗରେ କାମ କରନ୍ତି ନନ୍ଦକୁମାର । ଡାକ୍ତର ନିଜେ ମଧ୍ୟ ଲେଖିଛନ୍ତି ଯେହେତୁ ମୁଁ ଜିମ୍ ଯାଏ ତ ମୋ ପାଇଁ ଦୌଡିବାରେ ନଥଲା ସମସ୍ୟା । କାରଣ ରୋଗୀଙ୍କ ଜୀବନ ବଞ୍ଚାଇବା ଥିଲା ମୋର ପ୍ରାଥମିକ କାର୍ଯ୍ୟ । ଯାହା ମୁଁ କରିଛି, ଏବେ ମୋତେ ଆତ୍ମସନ୍ତୋଷ ମିଳିଛି ।
ତଥ୍ୟ ଅନୁସାରେ, ଅଗଷ୍ଟ ୩୦ ତାରିଖ ଦିନ ଗୋଟାଏ ଜରୁରୀକାଳୀନ ଲାପ୍ରୋସ୍କୋପିକ୍ ଗଲ୍ବ୍ଲାଡର୍ (ପୀତକୋଷ) ଅପରେସନ୍ ନିମନ୍ତେ ମଣିପାଲ୍ ହସ୍ପିଟାଲ୍ର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ୍ ସର୍ଜନ୍ ଡାକ୍ତର ଗୋବିନ୍ଦ ନନ୍ଦକୁମାର ଯାଉଥିବା ବେଳେ ସାର୍ଜାପୁର୍-ମରାଥାଲ୍ଲୀ ରାସ୍ତା ଦେଇ ଯାଉଥିବା ବେଳେ ଟ୍ରାଫିକ୍ ଜାମ୍ରେ ଫସିଯାଇଥିଲେ। ବିଳମ୍ବ ହେଲେ ଅସ୍ତ୍ରୋପଚାର କରାଯିବାକୁ ଥିବା ମହିଳା ଜଣଙ୍କର ଅସୁବିଧା ହେବ ବୋଲି ହୃଦୟଙ୍ଗମ କରି ଡାକ୍ତର ନନ୍ଦକୁମାର ତାଙ୍କ କାର୍ ଛାଡ଼ି ୩ କିଲୋମିଟର୍ ବାଟ ଧାଇଁଲେ। ‘ଇନ୍ଷ୍ଟାଗ୍ରାମ୍’ ହ୍ୟାଣ୍ଡଲ୍ରେ ତାଙ୍କ ଦୌଡ଼ର ଛୋଟ ‘କ୍ଲିପ୍’ଟିଏ ପୋଷ୍ଟ୍ କରିଛନ୍ତି।
ଡାକ୍ତର ନନ୍ଦକୁମାର ଡାକ୍ତରଖାନା ଅପରେସନ୍ ଥିଏଟର୍ରେ ପହଞ୍ଚିବା ମାତ୍ରେ ପୂର୍ବରୁ ପ୍ରସ୍ତୁତି କରିସାରିଥିବା ଟିମ୍ଙ୍କ ସହାୟତାରେ ସଫଳ ଅସ୍ତ୍ରୋପଚାର ହୋଇପାରିଛି ।

Powered by Froala Editor