ଏବେ ଶତ୍ରୁପକ୍ଷକୁ କଡା ଜବାବ ଦେବ ତାରାଗିରି, ନୌସେନାରେ ସାମିଲ
ନୂଆଦିଲ୍ଲୀ:ଏବେ ଶତ୍ରୁପକ୍ଷକୁ କଡା ଜବାବ ଦେବାକୁ ନୌସେନାରେ ସାମିଲ ହୋଇଛି ତାରାଗିରି । ମାଜାଗାଓଁ ଡକି ସିପବିଲ୍ଡର୍ସ ଲିମିଟେଡ ଦ୍ବାରା ନିର୍ମିତ ଦ୍ରୁତଗାମୀ ଯୁଦ୍ଧଜାହାଜ ତାରାଗିରି ମୁମ୍ବାଇରେ ଜଳାବତରଣ କରିଛି । ଏହାକୁ ନୌସେନାର ପ୍ରକଳ୍ପ ୧୭ଏ ଅଧୀନରେ ନିର୍ମାଣ କରାଯାଇଛି । ଏହାକୁ ତିଆରି କରିବାରେ ୨୫,୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାର ଶୁଭାରମ୍ଭ ପାଇଁ କୌଣସି ସମାରୋହ କରାଯାଇ ନାହିଁ କେବଳ ଔପଚାରିକତା ମାଧ୍ୟମରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଫଳରେ ଜଳପଥରେ ମଧ୍ୟ ଭାରତୀୟ ସେନାର ଶକ୍ତି ବୃଦ୍ଧି ହୋଇଛି ।
ନୌସେନାରେ ସାମିଲ ହେଲା ତାରାଗିରିନୌସେନାରେ ସାମିଲ ହେଲା ତାରାଗିରି୫୦ ହଜାର କୋଟି ଟଙ୍କାରେ ୭ଟି ଯୁଦ୍ଧ ଜାହାଜ ନିର୍ମାଣ କରାଯିବ । ଏଥିମଧ୍ୟରୁ ୪ଟି ମାଜାଗାଓଁ ଡକି ସିପବିଲ୍ଡର୍ସ ଲିମିଟେଡରେ ନିର୍ମିତ ହେଉଥିବାବେଳେ, ୩ଟି ଗାର୍ଡେନ ରିଚ୍ ସିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସରେ ତିଆରି ହେଉଛି । ଏହି ସବୁ ଜାହାଜରେ ଘାତକ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଉପକରଣ ଖଞ୍ଜାଯାଉଛି । ପ୍ରକଳ୍ପ ୧୭ଏ ଅଧୀନରେ ନିର୍ମାଣ କରାଯାଉଥିବା ଭାରତରେ ଥିବା ପାହାଡର ନାମ ଅନୁସାରେ କରାଯାଇଛି ।ହିମାଳୟରେ ଥିବା ତାରାଗିରି ପାହାଡ ନାମ ଅନୁସାରେ ସଦ୍ୟ ତାରାଗିରି ଯୁଦ୍ଧଜାହାଜର ନାମକରଣ ହୋଇଛି । ଉତ୍ତରାଖଣ୍ଡର ଗଡୱାଲରେ ଏହି ପାହାଡ ରହିଛି । ୩,୫୧୦ ଟନ ଓଜନର ତାରାଗିରି ନୌସେନା ଅଫ ନାଭାଲ ଡିଜାଇନ ଦ୍ବାରା କରାଯାଇଛି । ତାରାଗିରିର ବାୟୁ ପ୍ରତିରକ୍ଷା କ୍ଷମତା ଅତ୍ୟନ୍ତ ଶକ୍ତିଶାଳୀ । ୧୪୯ ଲମ୍ବ ଓ ୧୭.୮ ମିଟର ପ୍ରସ୍ଥ ବିଶିଷ୍ଟ ଏହି ଯୁ୍ଦ୍ଧଜାହାଜ ଦୁଇଟି ଗ୍ୟାସ ଟର୍ବାଇନ ଦ୍ବାରା ପରିଚାଳିତ ହେବ । ଏହାର ଘଣ୍ଟାପ୍ରତି ବେଗ ୫୨ କିଲୋମିଟର ରହିବ ।
Powered by Froala Editor