ଏହା ସବୁ ଖରାପ ସମୟ ଆସିବାର ସଙ୍କେତ
ଜୀବନକୁ ସଫଳ କରିବା ପାଇଁ ନିଜର ଲକ୍ଷ୍ୟ ହାସଲ କରିବା ନତ୍ୟାନ୍ତ ଆବଶ୍ୟକ । ମନୁଷ୍ୟର ଖରାପ ସମୟ ଆସିବା ପୂର୍ବରୁ ଘରେ କିଛି ବିଶେଷ ସଙ୍କେତ ଦେଖିବାକୁ ମିଳିଥାଏ । ଏହି ଖରାପ ସମୟ ଆର୍ଥିକ ସ୍ଥିତି ଏବଂ ଦାମ୍ପତ୍ୟ ଜୀବନ ଉଭୟ ପାଇଁ ବିପଦଜନକ ସାବ୍ୟସ୍ତ ହୋଇଥାଏ । ଏଥିଲାଗି ଏସବୁ ସଙ୍କେତକୁ ବୁଝି ସ୍ଥିତିକୁ ନିୟନ୍ତ୍ରଣ କରିବାର ଉପାୟ ଉପରେ ବିଚାର କରିବା ବହୁତ ଆବଶ୍ୟକ ।
ତୁଳସୀ ଗଛ ଶୁଖିବା: ଯଦି ଆମ ଘର ଅଥବା ଅଗଣାରେ ଲାଗିଥିବା ତୁଳସୀ ଗଛ ଶୁଖିବାରେ ଲାଗେ ତେବେ ବୁଝି ଯିବେ ଯେ କିଛି ଖରାପ ଘଟିବାକୁ ଯାଉଛି । ଘରେ ଆର୍ଥିକ ସ୍ଥିତି ବିଗିଡ଼ିିବାର ଲକ୍ଷଣ ଦିଏ । ଏହା ଦେଖିବା ପରିବର୍ତ୍ତେ ଏହା ଉପରେ ବିଚାର କରନ୍ତୁ ।
କାଚ ଭାଙ୍ଗିବା: ଯଦି ତୁମ ଘରେ ବାରମ୍ବାର କାଚ ଭାଙ୍ଗି ଥାଏ ତେବେ ଏହା ବହୁତ ଖରାପ ସଙ୍କେତ । ଏହା ବଡ଼ ସମସ୍ୟା ଆସିବାର ସଙ୍କେତ । ଏଥିଲାଗି ଘରେ ଭଙ୍ଗା କାଚ ଥିଲେ ତାକୁ ଶୀଘ୍ର କାଢ଼ି ନିଅନ୍ତୁ ।
କାନ୍ଥ ଓଦା ହେଉଥିଲେ: ଯଦି ତୁମ ଘର କାନ୍ଥ ସବୁବେଳେ ଓଦା ହେଉଛି । ରଙ୍ଗ କରିବା ପରେ ବି କାନ୍ଥରେ ଆଦ୍ରତା ରହୁଛି ତେବେ କିଛି ଗଡ଼ବଡ଼ ହେଉଛି ବୋଲି ଜାଣିନେବ । ଏହାଛଡ଼ା ଘରେ ବୁଢ଼ିଆଣୀ ଜାଲ ଥିଲେ ତାକୁ ବାହାର କରି ନିଅନ୍ତୁ । ଏହାଦ୍ୱାରା ଘରର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ । ଏଣୁ ଏହାକୁ ଦୂର କରିବାକୁ ଚେଷ୍ଟା କରିଥାନ୍ତୁ ।
ଝଗଡ଼ା ଏବଂ ଚିନ୍ତା: ଯଦି କାହା ଘରେ ଦିନରାତି ଝଗଡ଼ା ହୋଇଥାଏ ଏବଂ ଚିନ୍ତାର ବାତାବରଣ ଥାଏ ତେବେ ବୁଝିଯାଆନ୍ତୁ ଯେ ଘର ବରବାଦ ହେବା ରାସ୍ତାରେ ରହିଛି । ଏମିତି ଘରେ ଲକ୍ଷ୍ମୀ-କୁବେର ବାସ କରି ନ ଥାନ୍ତି । ଫଳରେ ଲୋକ ସବୁବେଳେ ଚିନ୍ତାରେ ରହିଥାଏ ।
ପୂଜାପାଠ ନ କରିବା: ଯେଉଁ ଘରେ ଲୋକ ଭଗବାନଙ୍କ ଉପାସନା ଅଥବା ପୂଜାପାଠ କରି ନ ଥାନ୍ତି, ସେ ଘରେ ସୁଖସମୃଦ୍ଧି କେବେ ନ ଥାଏ । ଆମକୁ ପ୍ରତିଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଏବଂ ପରେ ଈଶ୍ୱରଙ୍କ ଭକ୍ତି କରିବା ଉଚିତ । ବିଶେଷକରି ଆର୍ଥିକ ଉନ୍ନତି ପାଇଁ ଲକ୍ଷ୍ମୀଙ୍କୁ ନିୟମିତ ପୂଜା କରନ୍ତୁ ।
Powered by Froala Editor