ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଠକାମୀର ଶିକାର : ଅଦାର ପୁନାଓ୍ବାଲାଙ୍କ ହ୍ବାଟ୍ସଆପ ହ୍ୟାକ କରି ନେଇଗଲେ କୋଟିଏ ଟଙ୍କା

ଭ୍ୟାକ୍ସିନ ନିର୍ମାଣ କରୁଥିବା ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଠକାମୀର ଶିକାର ହୋଇଛି । ଠକେଇ ନେଇ ପୁନେ ପୁଲିସରେ ଅଭିଯୋଗ କରାଯାଇଛି । ଦୁର୍ବୃତ୍ତମାନେ ଏସଆଇଆଇର ମୁଖ୍ୟ କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଦାର ପୁନାଓ୍ବାଲାଙ୍କ ନାଁରେ ମେସେଜ୍ ପଠାଇ ଟଙ୍କା ଟ୍ରାନ୍ସଫର କରିବାକୁ କହିଥିଲେ । ପରେ ଜଣାପଡ଼ିଥିଲା ଯେ ପୁନାଓ୍ବାଲା ଏପରି କୌଣସି ନିର୍ଦ୍ଦେଶ ଦେଇନାହାନ୍ତି । ଏହା ଏକ ସାଇବର ଅପରାଧ ବୋଲ ଜଣାପଡ଼ିବା ପରେ କମ୍ପାନି ପକ୍ଷରୁ ପୁଲିସରେ ଏକ ମାମଲା ଦାୟର କରାଯାଇଛି ।
ସାଇବର ଅପରାଧୀମାନେ କମ୍ପାନିର ସିଇଓ ଅଦାର ପୁନାଓ୍ବାଲାଙ୍କ ହ୍ବାଟ୍ସଆପ ଆକାଉଣ୍ଟକୁ ହ୍ୟାକ କରିବାରେ ସଫଳ ହୋଇଛନ୍ତି । ଏହା ପରେ ସେମାନେ ତାଙ୍କ ହ୍ବାଟ୍ସଆପ ନମ୍ବରରୁ ସେରମ ଇନଷ୍ଟିଚ୍ୟୁଟର ଜଣେ ନିର୍ଦ୍ଦେଶକ ସତୀଶ ଦେଶପାଣ୍ଡେଙ୍କୁ କେତେକ ଆକାଉଣ୍ଟରେ ୧ କୋଟି ଟଙ୍କା ଜମା କରିବାକୁ ମେସେଜ ପଠଇଥିଲେ । ନିଜ ସିଇଓଙ୍କ ହ୍ବାଟ୍ସଆପ ଆକାଉଣ୍ଟରୁ ଏପରି ମେସେଜ ଆସିଥିବା ବିଶ୍ବାସ କରି କମ୍ପାନି ପକ୍ଷରୁ ସଂପୃକ୍ତ ବ୍ୟାଙ୍କ ଖାତା ଗୁଡ଼ିକରେ ମୋଟ ୧ କୋଟି ୧ ଲକ୍ଷ ୧ ହଜାର ୫୫୪ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ତେବେ ପୁନାଓ୍ବାଲା ଏପରି କୌଣସି ସେସେଜ ପଠାଇ ନଥିବା ଜଣାପଡିଥିଲା। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।
Powered by Froala Editor