ଲଞ୍ଚ ହେଲା କୋଭିଡ ପାଇଁ ଏହି ଔଷଧ
ହାଇଦ୍ରାବାଦ: ଲଞ୍ଚ ହେଲା କୋଭିଡ ଔଷଧ ପ୍ୟାକ୍ସଲୋଭିଡ । ଜେନାରା ଫାର୍ମା ଭାରତରେ କୋଭିଡ ରେ ସଂକ୍ରମିତ ହୋଇଥିବା ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କ ବିକଳ୍ପ ଚିକିତ୍ସା ନିମନ୍ତେ ପ୍ୟାକ୍ସଲୋଭିଡ ପ୍ରସ୍ତୁତ କରିଛି । ଏହା ନିର୍ମତେଲଭିର ଏବଂ ରିଟୋନାଭିର ଟାବଲେଟ ମିଶ୍ରଣରେ ନିର୍ମିତ ପ୍ରଥମ ଔଷଧ ।
ହାଇଦ୍ରାବାଦ ସ୍ଥିତ ବାୟୋଫୋର ଇଣ୍ଡିଆ ଫାର୍ମାସ୍ୟୁଟିକାଲ୍ସର ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ ଜେନାରା ଫାର୍ମା ଶୁକ୍ରବାର ଘୋଷଣା କରିଛି ଯେ, ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ବିକଳ୍ପ ଭାବରେ ଏହା ଏକ ମିଶ୍ରଣ ପ୍ୟାକ ଜେନେରିକ୍ ପ୍ୟାକ୍ସଲୋଭିଡ୍(ନିର୍ମତେଲଭିର ଏବଂ ରିଟୋନାଭିର) ଟାବଲେଟ୍ ଲଞ୍ଚ କରିଛି । କୋଭିଡ୍-୧୯ ଔଷଧ ନିର୍ମାତାଙ୍କ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଜେନାରା ଫାର୍ମା ଗତ ମାସରେ ଏହି ଉତ୍ପାଦ ଉତ୍ପାଦନ ତଥା ବଜାରକୁ ଆଣିବା ପାଇଁ ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ରୁ ଅନୁମୋଦନ ଲାଭ କରିଛି ।ଏହି ପ୍ରଡକ୍ଟ 'ପ୍ୟାକ୍ସଜେନ୍' ବ୍ରାଣ୍ଡ ନାମରେ ବିକ୍ରି ହେବ । କୋଭିଡ ଚିକିତ୍ସା ପାଇଁ US FDA ଦ୍ୱାରା Pfizerର ପ୍ୟାକ୍ସଲୋଭିଡକୁ ଅନୁମୋଦନ ମିଶିଛି । ଚବଙ୍ଘକ୍ଷକ୍ଟଙ୍ଖସୟର ଗୋଟିଏ ବକ୍ସ ପିଛା ସର୍ବାଧିକ ରିଟେଲ ମୂଲ୍ୟରେ ୫,୨୦୦ ଟଙ୍କା ମୂଲ୍ୟରେ ବିକ୍ରି ହେବ, ଯାହା ପ୍ରତି ରୋଗୀଙ୍କ ପାଇଁ ଗୋଟିଏ ସମ୍ପୂର୍ଣ୍ଣ ଚିକିତ୍ସା ସହିତ ୨୦ ଟି ଟାବଲେଟ୍ ନିରମେଟ୍ରେଲଭର୍ ୧୫୦ଜ୍ଞକ୍ଷ ଏବଂ ରିଟୋନାଭିର ୧୦୦ଜ୍ଞଶ ର ୧୦ଟି ଟାବଲେଟ୍ ରହିଛି ।
Powered by Froala Editor