‘ଦ ଗୁଡ ୱାଇଫ୍’ ହୋଇ ଓଟିଟି ଫ୍ଲାଟଫର୍ମରେ ଆସୁଛନ୍ତି କାଜଲ
ଓଟିଟି ପ୍ଲାଟଫର୍ମରେ ସୁସ୍ମିତା ସେନ ଓ ରବିନା ଟଣ୍ଡନ ତାଙ୍କ ଜଲୱା ଦେଖାଇ ସାରିଥିବା ବେଳେ ଏବେ କାଜଲ ଓଟିଟି ଡେବ୍ୟୁ କରିବାକୁ ଯାଉଥିବା ଜଣାପଡିଛି । କିଛି ସମୟ ପୂର୍ବରୁ ଏହାର ଘୋଷଣା ହୋଇଥିବା ବେଳେ ତାଙ୍କ ପ୍ରୋଜେକ୍ଟକୁ ନେଇ ଅପଡେଟ ମିଳିପାରି ନାହିଁ । କିନ୍ତୁ ଏସବୁ ମଧ୍ୟରେ କାଜଲଙ୍କ ଲୁକ ସାମ୍ନାକୁ ଆସିଛି ।
ୱେବସିରିଜ 'ଦ ଗୁଡ ୱାଇଫ' ସହ ଡିଜିଟାଲ ୱାର୍ଲଡରେ ଡେବ୍ୟୁ କରିବାକୁ ଯାଉଛନ୍ତି କାଜଲ । 'ଦ ଗୁଡ ୱାଇଫ'ର ପ୍ରଥମ ଲୁକ ଶୁକ୍ରବାର ଜାରି କରାଯାଇଛି । ଏହାର ସମ୍ପୂର୍ଣ୍ଣ ଟାଇଟଲ ରହିଛି 'ଦ ଗୁଡ ୱାଇଫ-ପ୍ୟାର, କାନୁନ, ଧୋକା' । ୱେବ ସିରିଜରେ କାଜଲ ଜଣେ ଓକିଲ ଭୂମିକାରେ ନଜର ଆସିବେ । 'ଦ ଫ୍ୟାମିଲି ମେନ' ଫେମ ସୁପର୍ଣ୍ଣ ବର୍ମାଙ୍କ ଦ୍ୱାରା ଏହା ନିର୍ଦ୍ଦେଶିତ । ଏହା ଖୁବଶୀଘ୍ର ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି ।
ସୂଚନାଯୋଗ୍ୟ, କାଜଲଙ୍କ ସ୍ୱାମୀ ଅଜୟ ଦେବଗନ ଓଟିଟିରେ ଡେବ୍ୟୁ କରି ସାରିଛନ୍ତି । ତାଙ୍କର ୱେବସିରିଜ 'ରୁଦ୍ର-ଦ ଏଜ ଅଫ୍ ଡାର୍କନେସ' ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହୋଇ ସାରିଛି । ଏବେ ଦର୍ଶକ କାଜଲଙ୍କ ଦମଦାର ଏଣ୍ଟ୍ରିକୁ ଅପେକ୍ଷା କରିଛନ୍ତି ।
Powered by Froala Editor