ଡିସେମ୍ଵରରେ ଓଡ଼ିଶା ଆସିବେ ରାହୁଲ
ଭୁବନେଶ୍ଵର : ଡିସେମ୍ଵରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ୨୦୨୪ ମିଶନ ପାଇଁ ସାଙ୍ଗଠନିକ ସ୍ଥିତିର ସମୀକ୍ଷା ସହ ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ରାହୁଲ। ତୃଣମୂଳ ସ୍ତରରେ ଦଳର ସ୍ଥିତି ମଜବୁତ ପାଇଁ କର୍ମୀଙ୍କୁ ଦେବେ ମନ୍ତ୍ର। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।
ପ୍ରକାଶ ଥାଉକି, ୨୦୨୪ ମିଶନ ପାଇଁ ଭାରତ ଯୋଡ଼ ଯାତ୍ରାରେ କଂଗ୍ରେସ। ତୃଣମୂଳ ସ୍ତରରେ ଦଳକୁ ନଜବୁତ କରିବା ପାଇଁ ଏହି ଯାତ୍ରାରେ ବାହାରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ୧୫୦ ଦିନ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଏକ କଣ୍ଟେନରରେ ରହିବେ। କଂଗ୍ରେସର ‘ଭାରତ ଯୋଡ ଯାତ୍ର’ କନ୍ୟାକୁମାରରୁ କାଶ୍ମୀର ପର୍ୟ୍ୟନ୍ତ ହେବ। ୩୫୦୦ କିଲୋମିଟରର ଏହି ଯାତ୍ରା ୧୨ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ରାଜ୍ୟ ପର୍ୟ୍ୟନ୍ତ ଯିବ।
Powered by Froala Editor