ଡାକରେ ଆସିଲା ସହିଦଙ୍କ ‘ଶୌର୍ଯ୍ୟ ଚକ୍ର’, ଫେରାଇ ଦେଲେ ବାପା, ମା’
ଗୂଜରାଟ ଅହମଦାବାଦର ଶହୀଦ ଲାନ୍ସ ନାଏକ ଗୋପଳ ସିଂ ଭଦୋରିୟାଙ୍କ ମାତା ପିତା କୋରିୟରରେ ପହଞ୍ଚିଥିବା ଏକ ‘ଶୌର୍ଯ୍ୟ ଚକ୍ର’କୁ ଫେରାଇ ଦେଇଛନ୍ତି । ସେମାନେ କହିଛନ୍ତି ଶହୀଦର ସମ୍ମାନକୁ କୋରିୟରରେ ପଠାଇ ଆପଣ ଆମ ଶହୀଦ ପୁଅର ଅସମ୍ମାନ କରିଛନ୍ତି । ସେଥିପାଇଁ ଆମେ ଏହାକୁ ଫେରାଇ ଦେଉଛୁ ।
ସହିଦଙ୍କ ପରିବାର କହିଛନ୍ତି ଯେ ଏହା ତାଙ୍କ ପୁଅ ଲାନ୍ସ ନାୟକ ଗୋପାଳ ସିଂ ଭଦୋରିୟାଙ୍କ ପାଇଁ ଏକ ଅପମାନ ସଦୃଶ । ତାଙ୍କ ପୁଅ ଯିଏକି ପାଞ୍ଚ ବର୍ଷ ତଳେ ଫେବ୍ରୁଆରି ୨୦୧୭ରେ ଜମ୍ମୁକଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼ି ସହିଦ ହୋଇଯାଇଥିଲେ । ସହିଦ ହେବାର ଏକ ବର୍ଷ ପରେ ତାଙ୍କ ପୁଅକୁ ମରୋଣପରାନ୍ତ ଭାବେ‘ଶୌର୍ଯ୍ୟ ଚକ୍ର’ ଦେବାକୁ ଘୋଷଣା କରାଯାଇଥିଲା । କିନ୍ତୁ ଏହି ପୁରସ୍କାରକୁ ଡାକ ମାଧ୍ୟମରେ ତାଙ୍କ ନିକଟକୁ କୋରିୟର କରାଯାଇଥିଲା ।
ସରକାର ଜଣେ ସହିଦଙ୍କୁ ଏମିତି ସମ୍ମାନୀତ କରୁଛନ୍ତି । ଏହାକ'ଣ କିଛି ଲୁଚାଇବା ଜିନିଷ ଯେ ଆପଣ ଚୁପଚାପ ଏହାକୁ ପଠାଇ ଦେଉଛନ୍ତି । ସହିଦଙ୍କ ମାତା-ପିତା କହିଛନ୍ତି ଦେଶ ପାଇଁ ଆମ ପୁଅ ଜୀବନ ଦେଇଛି ସେଥିପାଇଁ ତାକୁ ଦେଶ ସାମ୍ନାରେ ହିଁ ସମ୍ମାନୀତ କରାଯାଉ ।
ସୂଚନାଯୋଗ୍ୟ, ଗୋପଳ ସିଂଙ୍କୁ ମଧ୍ୟ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣ ସମୟରେ ତାଙ୍କର ସାହସିକତା ପାଇଁ 'ବିଷିଷ୍ଟ ସେବା ପଦକ'ରେ ସମ୍ମାନୀତ କରାଯାଇଥିଲା । ତେବ ୨୦୧୭ରେ ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଲାନ୍ସ ନାଏକ ଗୋପଳ ସିଂ ସହିଦ ହୋଇ ଯାଇଥିଲେ ।
Powered by Froala Editor