କୋହଲିିଙ୍କ ଦମ୍ଦାର ଶତକୀୟ ଇନିଂସ
ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟ କୋହଲିିଙ୍କ ଦମ୍ଦାର ଶତକୀୟ ଇନିଂସ ଦେଖିବାକୁ ମିଳିଛି। କୋହଲି ୬୧ ବଲ୍ରେ ୧୨୨ରନ୍ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ଏହି ସମୟରେ ସେ ୧୨ଟି ଚୌକା ଓ ୬ଟି ଛକା ମାରିଥିଲେ।
ସେ ଶେଷଥର ପାଇଁ ୨୦୧୯ ମସିହା ନଭେମ୍ବର ମାସରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିଥିଲେ। ଏହା ପରଠାରୁ ସେ ନିଜର ଫର୍ମକୁ ନେଇ ଅନେକ ସମାଲୋଚନାର ଶିକାର ହୋଇ ଚାଲିଥିଲେ। ହେଲେ ଆଜି କୋହଲି ଶତକ ହାସଲ କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ଏହି ଶତକୀୟ ଇନିଂସ୍ ବଳରେ କୋହଲିଙ୍କ ଆତ୍ମବିଶ୍ୱାସ ପୁଣି ଫେରିଛି।
ସେ ଆଜି ମାତ୍ର ୬୧ଟି ବଲରେ ଅପରାଜିତ ୧୨୨ ରନର ଇନିଂସ ଖେଳିଛନ୍ତି। ଏହି ଶତକୀୟ ଇନିଂସ ପରେ ବିରାଟ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟର ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି। ବିରାଟଙ୍କ ଭଳି ପଣ୍ଟିଂ ମଧ୍ୟ ୭୧ଟି ଶତକ ହାସଲ କରିଛନ୍ତି।
ଏବେ ତାଙ୍କୁ ଅତିକ୍ରମ କରିବା ପାଇଁ ବିରାଟଙ୍କ ପାଖରେ ସୁଯୋଗ ରହିଛି।
ସେହିପରି ସର୍ବାଧିକ ଶତକ ହାସଲ କରିବା ତାଲିକାରେ ଏବେ ବି ସଚିନ ତେନ୍ଦୁଲକର ୧ନଂ ସ୍ଥାନରେ ରହିଛନ୍ତି। ସଚିନ ୬୬୪ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଥର ୧୦୦ରୁ ଅଧିକ ରନ କରିଛନ୍ତି। ଦ୍ୱିତୀୟ ସ୍ଥାନରେ ପଣ୍ଟିଂ ୫୬୦ ମ୍ୟାଚରେ ୭୧ଟି ଓ ବିରାଟ ୪୬୮ ମ୍ୟାଚରେ ସମାନ ୭୧ ଶତକ ହାସଲ କରିଛନ୍ତି।
Powered by Froala Editor