ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ ଆଉ ନାହାନ୍ତି

ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସ୍କଟଲ୍ୟାଣ୍ଡର ବାଲମୋରାଲ କ୍ୟାସେଲରେ ପରଲୋକ ହୋଇଛି । ଏନେଇ ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି । ୯୬ ବର୍ଷୀୟା ମହାରାଣୀ ଗତ ବର୍ଷ ଅକ୍ଟୋବର ମାସରୁ ଅସୁସ୍ଥ ରହି ଆସୁଥିଲେ। ଚାଲିବା ଏବଂ ଠିଆ ହେବାରେ ତାଙ୍କର ସମସ୍ୟା ଦେଖା ହେଉଥିଲା। ହେଲେ ଆଜି ସେ ହଠାତ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ଏପରିକି ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିଲେ। ରାଣୀଙ୍କ ସ୍ବାସ୍ଥ୍ୟରେ ଅବନତି ହେବା ଖବର ପାଇବା ପରେ ରାଜପରିବାରର ଅନ୍ୟ ସଦସ୍ୟମାନେ ରାଣୀ ରହୁଥିବା ସ୍କଟଲାଣ୍ଡର ବାଲମୋରାଲ କାସେଲରେ ପହଞ୍ଚିବା ଥିବା ବେଳେ ଏହି ଦୁଃଖଦ ଖବର ଆସିଥିଲା।
ରାଣୀଙ୍କ ପୁଅ ହ୍ୟାରୀ ପ୍ରିନ୍ସ ଚାର୍ଲ୍ସ, ଅଣନାତି ଉଇଲିୟମ ଓ ହ୍ୟାରୀ ଏବଂ ତାଙ୍କ ପରିବାର ଏଠାରେ ପହଞ୍ଚିଛନ୍ତି। ଜୁନ ମାସରେ ରାଜ ପରିବାର ରାଣୀଙ୍କ ଶାସନର ୭୦ ବର୍ଷ ପୂର୍ତ୍ତିକୁ ବଡ଼ ଆଡମ୍ୱର ସହ ପାଳନ କରିଥିଲେ। ଏଲିଜାବେଥ୍ ଦ୍ୱିତୀୟଙ୍କ ବିୟୋଗରେ ସାରା ବ୍ରିଟେନର ଶୋକର ଛାୟା ଖେଳିଯାଇଛି। ମହାରାଣୀଙ୍କ ବିୟୋଗ ପରେ ତାଙ୍କ ପୁଅ ଚାର୍ଲ୍ସ ବ୍ରିଟେନର ରାଜା ହୋଇଛନ୍ତି । ଏନେଇ ରାଜ ପରିବାର ପକ୍ଷରୁ ଘୋଷଣା କରାଯାଇଛି।
Powered by Froala Editor