ବର୍ଷା ଅନୁଭବ ବିବାଦ ମାମଲାରେ ପୁଣି ଏକ ମୋଡ଼, ଆବେଦନ ପ୍ରତ୍ୟାହାର କଲେ ବର୍ଷା

କଟକ: ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ପୁଣି ଏକ ମୋଡ଼ ଆସିଛି । ପରିବାର ଅଦାଲତରେ ଅନୁଭବଙ୍କୁ ପୁଣି ଥରେ ଜେରା କରାଯାଉ ବୋଲି ଆବେଦନ ପାଇଁ ବର୍ଷା ହାଇକୋର୍ଟରେ ଯେଉଁ ମାମଲା ଦାୟର କରିଥିଲେ ତାକୁ ନିଜ ଆଡୁ ପ୍ରତ୍ୟାହାର କରି ନେଇଛନ୍ତି । ଆବେଦନକାରୀ ବର୍ଷା ମାମଲା ପ୍ରତ୍ୟାହାର କରିନେଇଥିବା ହେତୁ ଏହା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ହାଇକୋର୍ଟ । କଟକ ଫାମିଲି କୋର୍ଟରେ ବର୍ଷା ଏବଂ ଅନୁଭବଙ୍କ ପାରିବାରିକ ବିବାଦର ଶୁଣାଣୀ ଜାରି ରହିଛି । ତେବେ ବର୍ଷାଙ୍କ ଓକିଲ ବାରମ୍ବାର ଅନୁପସ୍ଥିତ ରହିବା ହେତୁ ଅନୁଭବଙ୍କ ଜେରାକୁ ପରିବାର ଅଦାଲତ ସମାପ୍ତ କରିଥିଲେ । କିନ୍ତୁ ଅନୁଭବଙ୍କୁ ପୁଣିଥରେ ଜେରା ପାଇଁ ଡକାଯାଉ ବୋଲି ଫାମିଲି କୋର୍ଟରେ ବର୍ଷା ପ୍ରଥମେ ଆବେଦନ କରିଥିଲେ। ଉକ୍ତ ଆବେଦନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
Powered by Froala Editor