ଏବର୍ଷ ମଧ୍ୟ ବାଣ ବିକ୍ରି ବନ୍ଦ କଲେ ଦିଲ୍ଲୀ ସରକାର : ଅନ୍ଲାଇନରେ କିଣିଲେ ବି ନିଆଯିବ କାର୍ଯ୍ୟାନୁଷ୍ଠାନ
ଦିଲ୍ଲୀ ସରକାର ବାଣ ବିକ୍ରି ଏବଂ ଏହାର ବ୍ୟବହାର ଉପରେ ୨୦୨୩ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଲ ରାୟ ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି। ଏଥର ଅନଲାଇନ ବିକ୍ରି ଏବଂ ଡେଲିଭରୀ ଉପରେ ମଧ୍ୟ ରୋକ୍ ଲଗାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଦିଲ୍ଲୀର ପ୍ରଦୂଷଣ ମାତ୍ରା ଉତ୍କଟ ହେଉଥିବାରୁ ସରକାର ଏହାର ମୁକକାବିଲା ପାଇଁ ତତ୍ପର ହୋଇଛନ୍ତି। ଦିଲ୍ଲୀ ଲୋକଙ୍କୁ ରକ୍ଷା ପାଇଁ ଗତ ବର୍ଷ ଭଳି ଏବର୍ଷ ମଧ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି ।
ଗତ ବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀରେ ସମସ୍ତ ପ୍ରକାର ବାଣ ତିଆରି ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ଏବର୍ଷ ଅନଲାଇନ୍ ବାଣ ବେପାରକୁ ବନ୍ଦ କରିଛନ୍ତି ସରକାର। ଏହି ନିୟମ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ସ୍ତରରେ ଚେତବାନୀ ଦିଆଯାଇଛି ।
ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରତି ବର୍ଷ ଶୀତ ଋତୁ ଆରମ୍ଭ ସହିତ ବାୟୁର ଗୁଣବତ୍ତା ନିମ୍ନସ୍ତରକୁ ଚାଲିଯାଏ। ଦୀପାବଳି ସମୟରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅହେତୁକ ବୃଦ୍ଧି ପାଇଥାଏ। ପ୍ରଦୂଷଣ ରେକର୍ପସ୍ତରକୁ ଚାଲିଯାଏ। ଗତ ବର୍ଷ ମଧ୍ୟ ବାଣ ବିକ୍ରି ଉପରେ ରୋକ୍ ଲଗାଯାଇଥିଲା। କିନ୍ତୁ ଏହାକୁ କଠୋରତାର ସହ ଲାଗୁ କରିବା ଦିଲ୍ଲୀ ସରକାର ପାଇଁ ଏକ ଚ୍ୟାଲେଞ୍ଜ। ତେଣୁ ଏଥର ଅଫଲାଇନ ସହ ଅନଲାଇନ ବିକ୍ରି ଉପରେ ମଧ୍ୟ ରୋକ୍ ଲଗାଯାଇଛି। କଟକଣାକୁ ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଡିପିସିସି ଏବଂ ରାଜସ୍ଵ ବିଭାଗ ସହିତ ମିଶି ଯୋଜନା ପ୍ରସ୍ତୁତ କରାଯାଇଥିବା ମନ୍ତ୍ରୀ କହିଛନ୍ତି।

Powered by Froala Editor