ବ୍ରିଟିସ୍ ଗୃହ ସଚିବ ଭାବେ ନିଯୁକ୍ତି ପାଇଲେ ଭାରତୀୟ ବଂଶୋଦ୍ଭବ

ନବନିର୍ବାଚିତ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଭାରତୀୟ ବଂଶୋଦ୍ଭବ ବାରିଷ୍ଟର୍ ସୁଏଲା ବ୍ରେଭର୍ମ୍ୟାନ୍ଙ୍କୁ ୟୁକେର ଗୃହ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ୪୨ ବର୍ଷୀୟ ବ୍ରେଭର୍ମ୍ୟାନ୍ କଞ୍ଜରଭେଟିଭ ପାର୍ଟିର ଦକ୍ଷିଣ ପୂର୍ବ ଇଂଲଣ୍ଡର ଫେର୍ହମ୍ ଏମପି ଅଛନ୍ତି। ବୋରିସ୍ ଜନସନ୍ଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ସୁଏଲା ବ୍ରେଭର୍ମ୍ୟାନ୍ ଆଟୋର୍ଣ୍ଣି ଜେନେରାଲ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ସ୍ପାର୍ଟମ ଟରି (କଞ୍ଜର୍ଭେଟିଭ୍ ପାର୍ଟି) ନେତା ତଥା ପ୍ରଧାନମନ୍ତ୍ରୀ ଜନ୍ସନ୍ଙ୍କ ସ୍ଥାନରେ ଆଉ ଜଣଙ୍କୁ ନିର୍ବାଚିତ କରାଯାଉ ବୋଲି ଯେଉଁ କେତେ ଜଣ ପ୍ରସ୍ଥାବ ଦେଇଥିଲେ ସେଥିରେ ସୁଏଲା ଥିଲେ ଅନ୍ୟତମା।
ସୁଏଲାଙ୍କ ପୂର୍ବରୁ ପ୍ରୀତି ପଟେଲ୍ ନାମ୍ନୀ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏହି ପଦବୀରେ ଥିଲେ। ଏବେ ପ୍ରୀତି ପଟେଲ୍ଙ୍କ ଉତ୍ତରାଧିକାରୀ ଭାବେ ସୁଏଲା ବ୍ରେଭର୍ମ୍ୟାନ୍ ନିଯୁକ୍ତ କରାଯାଇଛି।
ଦୁଇ ସନ୍ତାନର ଜନନୀ ବ୍ରେଭର୍ମ୍ୟାନ୍ ହେଉଛନ୍ତି ହିନ୍ଦୁ ତାମିଲ୍ ମାଆ ଉମା ଏବଂ ଗୋଆରେ ଜନ୍ମିତ ପିତା କ୍ରିଷ୍ଟି ଫର୍ଣ୍ଣାଣ୍ଡେଜ୍ଙ୍କ କନ୍ୟା। ୧୯୬୦ ଦଶକରେ ତାଙ୍କର ମାଆ ମରିସସ୍ରୁ ଏବଂ ବାପା କେନିୟାରୁ ଇଂଲଣ୍ଡ ପଳାଇଥିଲେ। କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରି ହାସଲ୍ କରିଥିବା ସୁଏଲା ୨୦୧୮ରେ ରାଏଲ୍ ବ୍ରେଭର୍ମ୍ୟାନ୍ଙ୍କୁ ବିବାହ କରିଥିଲେ।
Powered by Froala Editor