ପୁରୁଣା ନୋଟ୍ ବଦଳାଇଦେଲା ବୃଦ୍ଧ ଦମ୍ପତିଙ୍କ ଭାଗ୍ୟ

ଲୋକମାନେ ବହୁତ ପରିଶ୍ରମ କରନ୍ତି । ସଫଳତା ବି ପାଆନ୍ତି । ହେଲେ ରାତାରାତି ଭାଗ୍ୟ ଚମକିବା କିଛି ଲୋକଙ୍କ କ୍ଷେତ୍ରରେ ହିଁ ଘଟିଥାଏ । ଏମିତି ଭାଗ୍ୟ ବଦଳିଛି ବ୍ରିଟେନରେ ରହୁଥିବା ବୃଦ୍ଧ ଦମ୍ପତିଙ୍କର । ୯ଟି ପୁରୁଣା ନୋଟ ବଦଳରେ ଏମାନେ ପାଇଛନ୍ତି ୪୭ ଲକ୍ଷ ଟଙ୍କା ।
ବ୍ରିଟେନର ଜଣେ ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ଘର ମରାମତି ବେଳେ ମିଳିଥିଲା ୯ଟି ପୁରୁଣା ବ୍ରିଟିସ୍ ନୋଟ । ନୋଟ ଗୁଡ଼ିକ ୧୯୧୬ରୁ ୧୯୧୮ ମସିହାର । ନିକଟରେ ସେହି ବୃଦ୍ଧ ଦମ୍ପତି ନୋଟ ଗୁଡ଼ିକୁ ନିଲାମ କରିଥିଲେ । ନୋଟ ସବୁର ଦାମ ଯେ ଏତେ ଟଙ୍କା ହେବ ତାହା ସେମାନେ କେବେ ଭାବି ନଥିଲେ । ବୃଦ୍ଧ ଦମ୍ପତି ସେହି ଘରେ ପାଖାପାଖି ୫୮ ବର୍ଷ ଧରି ରହି ଆସୁଥିଲେ । ସୋମାନଙ୍କ କହିବା ଅନୁସାରେ ନୋଟ ସବୁ ୧୦୦ ବର୍ଷ ପୁରୁଣା ହେବ । ସେମାନେ ଭାବିଥିଲେ ନୋଟ ସବୁ ଚାରି ଲକ୍ଷ ହେବ ।
ତେବେ ତାଙ୍କର ପ୍ରଥମ ନୋଟ ନିଲାମରେ ସାତ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା । ଅନ୍ୟ ତିନିଟି ନୋଟ ଯିଏ ୫ ପାଉଣ୍ଡ ଲେଖାଏଁ ଥିଲା ସେଗୁଡ଼ିକ ୧୪ ଲକ୍ଷ ୭୩ ହଜାର ଟଙ୍କାରେ ନିଲାମ ହୋଇଥିଲା। ଏଥିରୁ ସମୁଦାୟ ୪୭ ଲକ୍ଷ ୪୨ ହଜାର ୨୭୧ ଟଙ୍କା ଦମ୍ପତିଙ୍କୁ ମିଳିଥିଲା । ତେବେ ନୋଟ ଗୁଡିକୁ ଅନ୍ତର୍ଜାତୀୟ ବ୍ୟାଙ୍କ ସୋସାଇଟର ଅଧ୍ୟକ୍ଷ କିଣିଛନ୍ତି ।
Powered by Froala Editor