ଆସିଲା ବିଚାରପତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, କ’ଣ ଅଛି ଜାଣନ୍ତୁ

କଟକ: କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଜି ମର୍କତ ନଗର ପୁଲିସର ହସ୍ତଗତ ହୋଇଛି। ବେକରେ ରଶି ଲାଗି ବିଚାରପତିଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରଶି ଯୋଗୁ ତାଙ୍କ ବେକର ବିଭିନ୍ନ ସ୍ଥାନରେ ଦାଗ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଗତ ୨ ତାରିଖରେ ସୁବାସଙ୍କ ଝୁଲନ୍ତା ମୃତଦେହ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା। ଘରେ କେହି ନଥିବା ବେଳେ ସୁବାସ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।
ଅନ୍ୟପକ୍ଷରେ ସୁବାସ ଆତ୍ମହତ୍ୟା କରି ନାହାନ୍ତି ତାଙ୍କୁ ହତ୍ୟା କରାଯାଇଛି ବୋଲି କିଛି ଦିନ ତଳେ ତାଙ୍କ ମା, ଭାଇ ଓ ଭିଣୋଇ ଅଭିଯୋଗ କରିଥିଲେ। ସୁବାସଙ୍କୁ ତାଙ୍କ ସ୍ତ୍ରୀ ଓ ଶଳା ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ସେମାନେ ଅଭିଯୋଗ କରିଥିଲେ।
Powered by Froala Editor