ପୁଣି ଗୋଟିଏ ମାଦ୍ରାସା ଭାଙ୍ଗିଲା ଆସାମ ପ୍ରଶାସନ
ଆସାମରେ ପୁଣି ଗୋଟିଏ ମାଦ୍ରାସାକୁ ଭାଙ୍ଗି ଦିଆଯାଇଛି। ପୂର୍ବରୁ ପ୍ରଶାସନ ଓ ପୁଲିସ ଦେଶବିରୋଧୀ କାର୍ଯ୍ୟକଳାପ ଚାଲିଥିବାର ପ୍ରମାଣ ପାଇବା ପରେ ତିନୋଟି ମଦ୍ରାସା ଭାଙ୍ଗି ଦେଇଥିଲେ। ଏବେ ସ୍ଥାନୀୟ ଲୋକମାନେ ଆସାମର ଗୋଲପଡ଼ାରେ ଥିବା ମଦ୍ରାସାକୁ ମାଟିରେ ମିଶାଇ ଦେଇଛନ୍ତି। ଦୁଇ ଜଣ ବାଂଲାଦେଶୀ ନାଗରିକ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏହି ମଦ୍ରାସାକୁ କୁଆଡ଼େ ବ୍ୟବହାର କରୁଥିଲେ ବୋଲି ଏହାକୁ ଭାଙ୍ଗିଥିବା ଲୋକମାନେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଏହି ମଦ୍ରାସାରେ ଦୁଇ ଜଣ ବାଂଲାଦେଶୀ ରହୁଥିଲେ ଏବଂ ସେମାନେ ଜିହାଦି କାର୍ଯ୍ୟକଳାପ ଚଳାଉଥିଲେ। ଦୁହେଁ ବର୍ତ୍ତମାନ ଫେରାର ଥିବାବେଳେ ଏହି ମଦ୍ରାସା ଚଳାଉଥିବା ମୌଲବୀ ଜାଲାଲୁଦ୍ଦିନ ଶେଖଙ୍କୁ କିଛି ଦିନ ପୂର୍ବରୁ ଗିରଫ କରାଯାଇଥିଲା। କୁହାଯାଉଛି ଯେ ଶେଖ ବାଂଲାଦେଶୀ ନାଗରିକଙ୍କୁ ଶିକ୍ଷକ ଭାବରେ ନିଯୁକ୍ତ କରିଥିଲା । ଉଭୟେ ଅଲ-କାଏଦା ଭାରତୀୟ ଉପମହାଦ୍ଵୀପ ଏବଂ ଅନସରୁଲ୍ଲା ବଙ୍ଗଳା ଦଳର ସଦସ୍ୟ ଥିଲେ। ପୁଲିସ ଅଧିକାରୀଙ୍କ କହିବାନୁସାରେ, ଜିହାଦି କାର୍ଯ୍ୟକଳାପ ବିରୋଧରେ ଲୋକଙ୍କ ମଧ୍ୟରେ କ୍ରୋଧ ଥିଲା । ଆଉ ଲୋକମାନେ କେବଳ ମଦ୍ରାସା ଭାଙ୍ଗି ନଥିଲେ ବରଂ ଏଠାରେ ନିର୍ମିତ ଘର ମଧ୍ୟ ଭାଙ୍ଗି ଦେଇଥିଲେ ।
ପୁଲିସ୍ କହିଛି ଯେ ଏହି ମଦ୍ରାସାକୁ ଦୁଇ ବାଂଲାଦେଶୀ ନାଗରିକ ୨୦୨୦ରୁ ୨୦୨୨ ଯାଏ ପିଲାମାନଙ୍କୁ ପାଠପଢ଼ାଇବା ଆଳରେ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ତାଲିମ ଦେଉଥିଲେ।
Powered by Froala Editor