ନାଜାଲ କରୋନା ଟିକାକୁ ଅନୁମତି
କୋଭିଡ-୧୯ ବିରୋଧରେ ଭାରତ ବାୟୋଟେକ ଦ୍ବାରା ବିକଶିତ ନାଜାଲ ଟିକାକୁ ଅନୁମତି ମିଳିଛି। ଜରୁରୀକାଳୀନ ପରିସ୍ଥିତିରେ ନାଜାଲ ଟିକାର ବ୍ୟବହାର ପାଇଁ ଅନୁମତି ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ(ସିଡିଏସସିଓ)। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।
ପ୍ରଥମଥର ପାଇଁ ଦେଶରେ କୌଣସି ନାଜାଲ କରୋନା ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଛି। ଏହାର ଅର୍ଥ ଆଉ ଲୋକଙ୍କୁ ଇଞ୍ଜେକସନ ଦ୍ୱାରା କରୋନା ଟିକା ନେବାକୁ ପଡ଼ିବ ନାହିଁ। ସେମାନେ ସାଧାରଣ ଟିକା ଭଳି ନାକରେ କରୋନା ଟିକା ନେଇ ପାରିବେ। ତେବେ ପ୍ରାଥମିକ ଅବସ୍ଥାରେ ଏହି ଟିକାକୁ କେବଳ ପ୍ରାପ୍ତ ବୟସ୍କମାନେ ହିଁ ନେଇ ପାରିବେ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏ ସମ୍ପର୍କରେ ଟ୍ୱିଟ କରି କହିଛନ୍ତି ଯେ କୋଭିଡ-୧୯ ବିରୋଧୀ ଲଢ଼େଇକୁ ବଡ଼ ବୁଷ୍ଟର ମିଳିଛି। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା ChAd36-SARS-CoV-S କୋଭିଡ ୧୯ ନାଜାଲ ଟିକାକୁ ଅନୁମିତ ମିଳିଛି। ଏବେ ଏହି ଟିକାକୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ। ଏହି ପଦକ୍ଷେପ କରୋନା ବିରୋଧରେ ଆମେ ମିଳିତ ଭାବେ କରୁଥିବା ଲଢ଼େଇକୁ ଅଧିକ ବଳ ଦେବାରେ ସହାୟକ ହେବ ବୋଲି ସେ କେହିଛନ୍ତି।
ଦେଶରେ ବର୍ତ୍ତମାନର କରୋନା ସ୍ଥିତି ଦେଖିବାକୁ ଗଲେ ସଂକ୍ରମଣ ଏବେ ନିୟନ୍ତ୍ରଣରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୪୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୪, ୬୬,୮୬୨ରେ ପହଞ୍ଚିଛି।
Powered by Froala Editor