ଏହି ଘରୋଇ ଉପଚାର ଦୂର କରିବ ଫଙ୍ଗାଲ ଇନଫେକ୍ସନ
ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ସମସ୍ତେ ପ୍ରାୟ ବର୍ଷାଦିନରେ ବିଭିନ୍ନ ପ୍ରକାରର ଚର୍ମରୋଗରେ ଆକ୍ରାନ୍ତ ହୁଅନ୍ତି । ଏହାର ମୁଖ୍ୟ କାରଣ ହେଉଛି ବର୍ଷା ହେବା ହେତୁ କପଡ଼ା ନଶୁଖିବା ଏହା ସହିତ ଆଖ ପାଖରେ ପାଣି ଜମିବା ଓ ଅପରିଷ୍କାର ହେବା । ଏହି ଚର୍ମରୋଗ ମାନଙ୍କ ମଧ୍ୟରେ ସବୁଠାରୁ ଟେନଦେଇଥାଏ ଫଙ୍ଗଲ ଇନଫେକ୍ସନ । ବର୍ଷାଦିନେ ଅନେକଙ୍କଠାରେ ଫଙ୍ଗାଲ ଇନ୍ଫେକ୍ସନ ସମସ୍ୟା ଦେଖାଦିଏ । ଏଥିପାଇଁ ଶରୀରର ବିଭିନ୍ନ ସ୍ଥାନରେ ବିଶେଷ କରି ଜଙ୍ଘ କଡ଼ରେ ଫଳିଯାଇ କୁଣ୍ଡେଇ ହୋଇଥାଏ । କେତେକ ଘରୋଇ ଉପଚାର ଦ୍ୱାରା ଏଭଳି ସମସ୍ୟା ଦୂର କରାଯାଇପାରିବ ।
ଜଙ୍ଘ କଡ଼ରେ କୁଣ୍ଡାଇ ହେବା ମୁଖ୍ୟତଃ ଫଙ୍ଗାଲ ଇନ୍ଫେକ୍ସନ ଯୋଗୁ ହୋଇଥାଏ । ଯେଉଁଥିପାଇଁ ଅଧିକ ଟାଇଟ୍ ପ୍ୟାଣ୍ଟ ପିନ୍ଧିବା, ଝାଳ ଲାଗି ଅଧିକ ସମୟ ରହିବା, ଗାଧୋଇବା ପରେ ଭଲ ଭାବେ ପାଣି ପୋଛି ନ ହୋଇ ପୋଷାକ ପିନ୍ଧିବା ଯୋଗୁ ଓଦା ରହିବା, ମେଦବହୁଳତା ଥିଲେ ବାରମ୍ବାର ଜଙ୍ଘ ଘଷିହେବା ଆଦି ବିଭିନ୍ନ କାରଣ ଦାୟୀ । ତେଣୁ ଏସବୁଠାରୁ ଦୂରେଇ ରହିବା ଲାଗି ଚେଷ୍ଟା କରିବା ସହ ଇନ୍ଫେକ୍ସନ୍ ଦୂର କରିବା ଲାଗି ଡାକ୍ତରଙ୍କ ପରାମର୍ଶ ନେଇ ଆବଶ୍ୟକସ୍ଥଳେ ଔଷଧ ଏବଂ ଅଏଣ୍ଟମେଣ୍ଟ ବ୍ୟବହାର କରିବା ଆବଶ୍ୟକ । ଏହା ବ୍ୟତୀତ ଆପଣ ଚାହିଁଲେ କେତୋଟି ଘରୋଇ ଉପଚାର ମଧ୍ୟ କରିପାରିବେ । ଜାଣିରଖନ୍ତୁ ସେ ସମ୍ପର୍କରେ ।
ଏପରି ସମସ୍ୟା ଥିଲେ ଅନେକେ ପାଉଡର ପକାଇ ଥାଆନ୍ତି କିମ୍ବା ମନଇଚ୍ଛା କୌଣସି କ୍ରିମ୍ ଲଗାଇ ଦିଅନ୍ତି । ହେଲେ ଏପରି କରିବା ଦ୍ୱାରା ସମସ୍ୟା କମିବା ବଦଳରେ ବଢ଼ିବା ଆଶଙ୍କା ରହିଛି । ତେଣୁ ଏପରି ନ କରି ଆପଣ ଚାହିଁଲେ ତୁରନ୍ତ ଆରାମ ପାଇବା ଲାଗି ନଡ଼ିଆ ତେଲ କିମ୍ବା ଅଲିଭ୍ ତେଲ ଲଗାଇ ପାରିବେ ।
ଏକ ସଫା କପଡ଼ାରେ ବରଫ ଖଣ୍ଡ ନେଇ ଜଙ୍ଘରେ କୁଣ୍ଡାଇ ହେଉଥିବା ଭାଗରେ ଧୀରେ ଧୀରେ ଘଷିବା ଦ୍ୱାରା କୁଣ୍ଡାଇହେବା ଏବଂ ପୋଡ଼ିବା କମିଥାଏ ।
ପାଣିରେ ଅଳ୍ପ ଖାଇବା ସୋଢ଼ା ମିଶାଇ କୁଣ୍ଡାଇ ହେଉଥିବା ସ୍ଥାନକୁ ଧୋଇଦେଲେ ମଧ୍ୟ ଆରାମ ମିଳିଥାଏ ।
ଘିକୁଆଁରୀକୁ ୧୫ମିନିଟ୍ ପର୍ଯ୍ୟନ୍ତ ଘଷିବା ପରେ ପାଣିରେ ଧୋଇଦିଅନ୍ତୁ, କୁଣ୍ଡାଇ ହେବା କମିଯିବ ।
ପାଣିରେ ନିମ୍ବପତ୍ର ପକାଇ ଫୁଟାଇ ଦିଅନ୍ତୁ । ଏହି ପାଣିରେ ଗାଧୋଇବା ଦ୍ୱାରା ଫଙ୍ଗାଲ୍ ଇନ୍ଫେକ୍ସନ ଦୂରହେବା ସହ କୁଣ୍ଡେଇହେବା ସମସ୍ୟାରୁ ମୁକ୍ତି ମିଳିଥାଏ ।
ହଳଦୀପାଣିରେ ଗାଧୋଇବା କିମ୍ବା ଉକ୍ତ ସ୍ଥାନରେ ଅଳ୍ପ ବଟା ହଳଦୀ ଲଗାଇବା ଦ୍ୱାରା ଉପଶମ ମିଳିଥାଏ ।
Powered by Froala Editor