ଫ୍ଲପ୍ ହେଲା ‘ଲାଇଗର’ : ନିର୍ମାତାଙ୍କୁ ୬କୋଟି କ୍ଷତିପୂରଣ ଦେବେ ବିଜୟ
ବକ୍ସ ଅଫିସ୍ରେ ଫ୍ଲପ୍ ହୋଇଛି 'ଲାଇଗର' ଫିଲ୍ମ । ଫିଲ୍ମରେ ୧୦୦ କୋଟିରୁ ଅଧିକ ଟଙ୍କା ଲାଗିଥିଲା ବୋଲି ଜଣାପଡ଼ିଥିବାବେଳେ ମୁକ୍ତିଲାଭ ପରେ ଏହାର ଅଧା ଅର୍ଥ ବି ଆୟ କରିପାରିନାହିଁ।
ତେଣୁ ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ସାଉଥ୍ ଅଭିନେତା ବିଜୟ ଦେବରକୋଣ୍ଡା କ୍ଷତିପୂରଣ ପାଇଁ ଫିଲ୍ମ ନିର୍ମାତାଙ୍କୁ ୬ କୋଟି ଟଙ୍କା ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ଦ୍ଦେଶକ ଜଗନ୍ନାଥ ପୁରୀ ମଧ୍ୟ ଡିଷ୍ଟ୍ରିବ୍ୟୁଟରଙ୍କୁ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଅଗଷ୍ଟ ୨୫ରେ 'ଲାଇଗର' ରିଲିଜ ହେବା ପରେ ଏହା ଭଲ ବ୍ୟବସାୟ କରିବ ବୋଲି ବିଜୟ ଦୃଢ଼ୋକ୍ତି ବାଢ଼ିଥିଲେ। କିନ୍ତୁ ଫିଲ୍ମ ସୁପର ଫ୍ଲପ୍ ହୋଇଛି । 'ଲାଇଗର' ଜରିଆରେ ବିଜୟ ଦେବରକୋଣ୍ଡା ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଅନନ୍ୟା ପାଣ୍ଡେ ରହିଛନ୍ତି।
Powered by Froala Editor