ବିଭିନ୍ନ ପ୍ରକାର ରୋଗର ଔଷଧ ଟମାଟୋ
ଆମ ଆଖପାଖ ପରିବେଶକୁ ଦୃଷ୍ଟିରେ ରଖି ସମସ୍ତ ପରିବା ଖାଇ ସୁସ୍ଥ ରହିବା ନିତ୍ୟାନ୍ତ ଆବଶ୍ୟକ । ଆମେ ନିତିଦିନିଆ ଜୀବନଶୈଳୀରେ ଖାଉଥିବା ପରିବା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଟମାଟୋ । ଟମାଟୋ ଖାଇବା ଶରୀର ପାଇଁ ହିତକର ହୋଇଥାଏ । ବିଭିନ୍ନ ପ୍ରକାରର ରୋଗ ପାଇଁ ଏହା ଔଷଧ ଭାବେ କାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଟମାଟୋ ସମ୍ପର୍କରେ ।
- ଟମାଟୋରେ କ୍ୟାଲସିୟମ ଓ ଫସଫରସ ଭରିରହିଥାଏ । ଏହା ହାଡ଼କୁ ମଜଭୁତ କରିଥାଏ ।
- ଟମାଟୋରେ ଭିଟାମିନ ଏ ପ୍ରଚୁର ମାତ୍ରାରେ ରହିଥାଏ । ଏହା ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ।
- ପାଚନତନ୍ତ୍ରକୁ ସକ୍ରିୟ ନ କରାଇଲେ ମଧ୍ୟ ଏହା ଗ୍ୟାସ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ।
– ଏହା ଶ୍ୱାସନଳି ସଫା କରିବାରେ ସାହାଯ୍ୟ କରିବା ଯୋଗୁ ଶ୍ୱାସ ସମସ୍ୟା ସୃଷ୍ଟି ହୋଇ ନ ଥାଏ ।
- ମଧୁମେହ ଓ ହୃଦରୋଗୀଙ୍କ ପାଇଁ ଏହା ବରଦାନ ସଦୃଶ । ଯଦି ଏହାକୁ ସେମାନେ ନିୟମିତ ଖାନ୍ତି ଲାଭବାନ ହେବେ ।
- ଏଥିରେ ଭିଟାମିନ ପରିମାଣ ଅଧିକ ଥିବାରୁ ଏହାକୁ ଖାଇବା ଫଳରେ ଚର୍ମ କୁଞ୍ଚନ ଦେଖାଯାଇ ନ ଥାଏ ।
କେବଳ ଏତିକି ନୁହଁ ଟମାଟୋକୁ ଆପଣ ମୁହଁରେ ଦେହରେ ତ୍ୱଚା ଗ୍ଲୋ କରିବା ପାଇଁ ମଧ୍ୟ ବ୍ୟବହାର କରି ପାରିବେ ।
Powered by Froala Editor