ଦେଶରେ ୭ ହଜାର ୨୩୧ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ କରୋନାର ନୂଆ ମାମଲା ବୃଦ୍ଧି ପାଇଛି। ଭାରତରେ ୭ ହଜାର ୨୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଯାଏ ଦେଶରେ ସଂକ୍ରମିତଙ୍କ ମୋଟ ସଂଖ୍ୟା ବଢ଼ିଯାଇ ୪୪,୪୨୮,୩୯୩ ହୋଇଛି। ସେହିଭଳି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ହଜାର ୬୬୭ ହୋଇଛି। ମଙ୍ଗଳବାର ୨୮୬୨ ନୂଆ ମାମଲା ଚିହ୍ନଟ ହୋଇଥିଲା।
ଗତ ୨୪ ଘଣ୍ଟାର ୧୦ ହଜାର ୮୨୮ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ୪୩,୮୩୫,୮୫୨ ଲୋକ ସୁସ୍ଥ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୪୫ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ବର୍ତ୍ତମାନ ଯାଏ ୫୨୭,୮୭୪ ଲୋକଙ୍କର କରୋନାରେ ଜୀବନ ଯାଇଛି।
Powered by Froala Editor