କେଶକୁ ଘନ କରେ ଅଲିଭ୍ ଅଏଲ

କେଶ ପାଇଁ ସର୍ବଦା ସମସ୍ତଙ୍କର ଚିନ୍ତା ଥିଲେ ମଧ୍ୟ କର୍ମ ବହୁଳ ଜୀବନଶୈଳୀରେ ଆମେ ଆମର ଧ୍ୟାନ ରଖିବାକୁ ସଂପୂର୍ଣ୍ଣ ଭୁଲି ଯାଉଛେ । ଯାହାଦ୍ୱାରା କେଶରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୁଏ । ଯେପରିକି, କେଶ ଝଡିବା, ଦୋ-ମୁହାଁ ହେବା, ଧଳା ପଡିବା, ଦୁର୍ବଳ ହେବା, ରୁପି ଆଦି ସମସ୍ୟା ଖାସକରି ଦେଖା ଦେଉଛି । ସାଧାରଣତଃ ଯୁବପୀଢିଙ୍କୁ ଏହା ଅଧିକ ଚିନ୍ତାରେ ପକାଉଛି । ଅନେକ ଏଥିରୁ ରକ୍ଷା ପାଇବା ପାଇଁ ଅନେକ କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରୁଛନ୍ତି । କିନ୍ତୁ କେଶକୁ କେମିକାଲ ଯୁକ୍ତ ପ୍ରଡକ୍ଟ ଠାରୁ ଯଥାସମ୍ଭବ ଦୂରେଇ ରଖିବା ଉଚିତ୍ । ହୁଏତ ସମସ୍ତଙ୍କୁ ଜଣା ନଥିବ ଯେ, କେଶ ପାଇଁ ଅଲିଭ୍ ଅଏଲ ବହୁତ୍ ଉପକାରୀ । ତେବେ ଆସନ୍ତୁ ଜାଣିବା ଏହାର ଉପକାରୀତା ସମ୍ପର୍କରେ ।
ଅଲିଭ୍ ଅଏଲକୁ ହାତରେ ନେଇ କେଶ ମୂଳରେ ଲଗାଇ ମସାଜ କରିବା ଦ୍ୱାରା, ଏହା କେଶ ଝଡିବା ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ ।
କେଶରେ ଅଲିଭ୍ ଅଏଲ ଲଗାଇବା ଦ୍ୱାରା, ରୁପି ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ ।
କେଶ ଅଧିକ ରୁକ୍ଷ ହୋଇଥିଲେ, ଏଥିପାଇଁ ଅଲିଭ୍ ଅଏଲ ବହୁତ୍ ଲାଭଦାୟକ । ଏହା ଲଗାଇବା ଦ୍ୱାରା, ଏହା କେଶକୁ ରୁକ୍ଷ ହେବାରୁ ରକ୍ଷା କରିଥାଏ ।
କେଶକୁ ଘନ,ଲମ୍ବା ଏବଂ କଳା କରିବାରେ ସାହାଯ୍ୟ କରେ ଅଲିଭ୍ ଅଏଲ । ଏହା ସହିତ କେଶ ପାଇଁ ଏହା ପ୍ରାକୃତିକ କଣ୍ଡିସନର ଭଳି ମଧ୍ୟ କାମ କରିଥାଏ ।
ଅଲିଭ ଅଏଲ କେଶ ଝଡିବା କମ୍ ସହିତ, କେଶକୁ ଦୋ-ମୁହାଁ ହେବାରୁ ହେବାରୁ ରକ୍ଷା କରେ ।
ଅଲିଭ୍ ଅଏଲକୁ ହାଲକା ଉଷୁମ କରି କେଶ ମୂଳରେ ଲଗାଇ ୧୦ ରୁ ୧୫ ମିନିଟ ଯାଏ ମସାଜ କରିବେ । ତାପରେ ୩୦ ମିନିଟ ଯାଏ କେଶରେ ତେଲ ଲଗାଇ ରଖିବେ । ଏହାପରେ ଶାମ୍ପୁ କରି ଧୋଇବେ ।
Powered by Froala Editor